ଦେଶ ବିଦେଶ

କଳା କ୍ଷେତ୍ରରେ ସ୍ଵର୍ଗତ ଅଭିନେତା ଧର୍ମେନ୍ଦ୍ର ସିଂହ ଦେଓଲଙ୍କୁ ମିଳିବ ପଦ୍ମଶ୍ରୀ

୨୬ ଜାନୁଆରୀ ୨୦୨୬ ପୂର୍ବରୁ କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ୨୦୨୬ ବର୍ଷ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ । ମୁର୍ମୁ ୧୩୧ଟି ପଦ୍ମ ପୁରସ୍କାର ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ଏହି ତାଲିକାରେ ୫ ଜଣ ପଦ୍ମ ବିଭୂଷଣ, ୧୩ ଜଣ ପଦ୍ମ ଭୂଷଣ ଏବଂ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। ତେବେ ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୧୯ ଜଣ ମହିଳା ରହିଥ‌ିବା ନେଇ ଜଣାପଡିଛି। ବିଦେଶୀ ନାଗରିକ, ଅଣ-ଆବାସିକ ଭାରତୀୟ (NRI), ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି (PIO) ଏବଂ ଭାରତୀୟ ପ୍ରବାସୀ ନାଗରିକ (OCI) ବର୍ଗର ୬ ଜଣ ବ୍ୟକ୍ତି ଏବଂ ୧୬ ଜଣ ସ୍ବର୍ଗୀୟ ବ୍ୟକ୍ତି ମଧ୍ୟ ଏଥିରେ ସାମିଲ ଅଛନ୍ତି।

ପଦ୍ମବିଭୂଷଣ ପୁରସ୍କାରପ୍ରାପ୍ତଙ୍କ ମଧ୍ୟରେ କଳା କ୍ଷେତ୍ରରେ ସ୍ଵର୍ଗତ ଅଭିନେତା ଧର୍ମେନ୍ଦ୍ର ସିଂହ ଦେଓଲ ମହାରାଷ୍ଟ୍ର ରୁ ଅନ୍ତର୍ଭୁକ୍ତ ରହିଥ‌ିବା ବେଳେ ଜନସମ୍ପର୍କ କ୍ଷେତ୍ରରେ କେରଳ ରୁ କେ.ଟି. ଥମାସ ସାମିଲ ଅଛନ୍ତି। ସେହିପରି କଳା କ୍ଷେତ୍ର ରେ ଉତ୍ତରପ୍ରଦେଶ ଏନ. ରାଜମ, ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ କେରଳରୁ ପି. ନାରାୟଣନ ଏବଂ ଜନସମ୍ପର୍କ କ୍ଷେତ୍ରରେ କେଟ କରଳରୁ ସ୍ଵର୍ଗତ ଭି. ଭି.ଏସ୍. ଅଚ୍ୟୁତନନ୍ଦନ ମଧ୍ଯ ସାମିଲ ଅଛନ୍ତି। କ୍ରୀଡା କ୍ଷେତ୍ରରେ ରୋହିତ ଶର୍ମାଙ୍କ ନାମ ସାମିଲ ରହିଛି।

ଏହାବ୍ୟତୀତ ଚଳିତ ବର୍ଷ ପଦ୍ମ ଭୂଷଣ ପାଇଁ ଘୋଷିତ ହୋଇଥିବା ନାମଗୁଡ଼ିକରେ ଗାୟକ ଅଲକା ୟାଗ୍ନିକ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାଗବତ ସିଂ କୋଶାରି, ଅଭିନେତା ମାମୁତି, କାଲିପଟ୍ଟା ରାମାସମୀ ପାଲାନିସ୍ୱାମୀ, ଡ ନୋରୀ ଦତ୍ତାତ୍ରେଡୁ, ସ୍ୱର୍ଗତ ପୀୟୁଷ ପାଣ୍ଡେ, ଏସ.କେ. ମିଲିଲାନନ୍ଦ, ସତାୱାଦନୀ ଆର ଗଣେଶ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ଶିବୁ ସୋରେନ, ଉଦୟ କୋଟାକ୍, ସ୍ଵର୍ଗତ ଭିକେ ମାଲହୋତ୍ରା, ଭେଲାପାଲି ନାଟସାନ୍ ଏବଂ ବିଜୟ ଅମୃତରାଜ ଭଳି ନାମ ଗୁଡ଼ିକ ସାମିଲ ରହିଛି।

Related posts

ଇସ୍ରୋର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟାଳୟକୁ ବୋମା ଧମକ

mahabharatanews

ଚକଦା ଏକ୍ସପ୍ରେସ ଜରିଆରେ ବଡ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା

mahabharatanews

ଶତାବ୍ଦୀ ଧରି ଚାଲିଆସୁଥିବା ସ୍ୱପ୍ନ ସାକାର ହେଲା : ପ୍ରଧାନମନ୍ତ୍ରୀ ମୋଦୀ

mahabharatanews