ଦେଶ ବିଦେଶ

ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ

ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଭାରତର ୫୩ତମ ପ୍ରଧାନ ବିଚାରପତି ଭାବେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ୧୫ ମାସ ପର୍ଯ୍ୟନ୍ତ ସିଜେଆଇ ରହିବେ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ।

ଜଷ୍ଟିସ୍ ବି.ଆର ଗଭଇଙ୍କ ସ୍ଥାନରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ । ଜଷ୍ଟିସ୍ ସୂର୍ଯ୍ୟକାନ୍ତ ୧୫ ମାସ ପର୍ଯ୍ୟନ୍ତ ଅର୍ଥାତ ୨୦୨୭ ଫେବ୍ରୁଆରୀ ୯ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ରହିବେ । ୧୯୬୨ ଫେବ୍ରୁଆରୀ ୧୦ରେ ହରିୟାଣାର ହିସାର ଠାରେ ଜନ୍ମିତ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ କୁରୁକ୍ଷେତ୍ର ୟୁନିଭର୍ସିଟିରୁ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଓକିଲାତି ଆରମ୍ଭ କରିଥିଲେ । ୨୦୦୦ ମସିହାରେ ତାଙ୍କୁ ହରିୟାଣାର ଆଡଭୋକେଟ ଜେନେରାଲ ନିଯୁକ୍ତ କରାଯାଇଥିଲା । ୨୦୦୪ରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ସ୍ଥାୟୀ ବିଚାରପତି ନିଯୁକ୍ତ ହୋଇଥିଲେ । ୨୦୧୮ରେ ତାଙ୍କୁ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଥିଲା । ୨୦୧୯ ମେ ୨୪ରେ ତାଙ୍କୁ ପଦୋନ୍ନତି ଦିଆଯାଇ ସୁପ୍ରିମକୋର୍ଟରେ ନିଯୁକ୍ତି ଦିଆଯାଇଥିଲା ।

CJI SURYA KANT OATH

Related posts

ପ୍ରସଙ୍ଗ ଉପରେ କହିବା ଏବଂ ସେଗୁଡ଼ିକୁ ଉଠାଇବା ନାଟକ ନୁହେଁ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପ୍ରିୟଙ୍କା ଗାନ୍ଧୀଙ୍କ ପାଲଟା ଆକ୍ରମଣ

mahabharatanews

ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମକୁ ଭାଙ୍ଗି ନୂତନ ୧୦୨ ଏକର ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ ସିଟି ନିର୍ମାଣ ପାଇଁ ଘୋଷଣା

mahabharatanews

ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୧୫୯ ରନରେ ଅଲଆଉଟ୍ କରିଛି ଭାରତ

mahabharatanews