ମନୋରଞ୍ଜନ

ମା’ ହେଲେ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ

(ମୁମ୍ବାଇ) : ନିକଟରେ ସାଉଥ୍ ଏବଂ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ମା’ ହୋଇଛନ୍ତି। ସମ୍ପ୍ରତି, ସେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଯାହାର ନାଁ ସେ ନୀଲ ରଖିଛନ୍ତି।ମା’ ହେବା ପରେ କାଜଲ ସୋସିଆଲ ମିଡିଆରେ ନିଜର ଭାବନା ପ୍ରକାଶ କରିଛନ୍ତି। ଏକ ଲମ୍ବା ପୋଷ୍ଟ ସେୟାର୍ କରି ସେ ପୋଷ୍ଟ ପାର୍ଟମ୍ ଡିପ୍ରେସନ୍ ବିଷୟରେ କହିଛନ୍ତି।

ଅଭିନେତ୍ରୀ ଲେଖିଛନ୍ତି, ପିଲାକୁ ଜନ୍ମ ଦେବା ଏକ ଦୀର୍ଘ, କ୍ଲାନ୍ତକାରୀ କିନ୍ତୁ ସନ୍ତୋଷଜନକ ପ୍ରକ୍ରିୟା। ଜନ୍ମର କିଛି ସେକେଣ୍ଡ ପରେ ଯେତେବେଳେ ମୁଁ ପ୍ରଥମ ଥର ପାଇଁ ନିଲକୁ ମୁଁ ଧରିଲି, ସେତେବେଳେ ଏହି ମୁହୂର୍ତ୍ତକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର। ଅବଶ୍ୟ ସବୁକିଛି ସହଜ ହୋଇନାହିଁ। କେତେ ରାତି ଶୋଇ ନାହିଁ ଏବଂ ଚିନ୍ତାରେ ବି ରହିଛି। ​​କିନ୍ତୁ ନୀଲର ଜନ୍ମ ପରେ ସବୁକିଛି ଠିକ୍ ମନେ ହେଉଛି। ଏବେ ସକାଳର ଆରମ୍ଭ ପୁଅକୁ ସ୍ନେହରେ ଆଲିଙ୍ଗନ କରିବା, ପରସ୍ପରର ଆଖିରେ ଦେଖିବା, ତାଙ୍କୁ ଚୁମ୍ବନ ଦେବା ସହିତ ହେଉଛି। ସତ୍ୟ ହେଉଛି ପୋଷ୍ଟ ପାର୍ଟମ୍ ଗ୍ଲାମରସ୍ ନୁହେଁ କିନ୍ତୁ ଏହା ସୁନ୍ଦର ନିଶ୍ଚିନ୍ତ।

Related posts

ଉଠିଥିବା ପ୍ରଶ୍ନକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଶେହନାଜ୍ ଗିଲ୍

mahabharatanews

ପତ୍ନୀଙ୍କଠାରୁ ଅଲଗା ହେଲେ ବଲିଉଡ ରାପର ହନି ସିଂ

mahabharatanews

ଆଇଜିଟି ୯ର ବିଜେତା ହେଲେ ଦିବ୍ୟାଂଶୁ ଓ ମନୁରାଜ

mahabharatanews