ଓଡିଶା

ଜୀବନ ହାରିଲେ ତାଳଚେର ତହସିଲ କନିଷ୍ଠ କିରାଣି

ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରି ବିଶ୍ବାଳ ସାହିରେ ଭଡ଼ାରେ ରହୁଥିବା ତାଳଚେର ତହସିଲ ଅଫିସର କନିଷ୍ଠ କିରାଣି ପ୍ରଶାନ୍ତ ସାହୁଙ୍କର ଗୁରୁବାର ଅକାଳ ବିୟୋଗ ଘଟିଛି। ଆଜି ଭୋର୍ ସମୟରେ  ପ୍ରଶାନ୍ତ ରହୁଥିବା ଭଡ଼ାଘର ଦୁଇ ମହଲା କୋଠା ଛାତକୁ କୌଣସି କାମରେ ଯାଇଥିଲେ।  ଅସାଵଧାନ ବସତଃ ଦୁଇ ମହଲା ଛାତରୁ ଆଜି ଖସିପଡ଼ିଥିଲେ। ୩୦ ଫୁଟ ତଳକୁ ଖସି ପଡ଼ିବାରୁ ମୁଣ୍ଡରେ ଗୁରୁତର ଆଘାତ ହୋଇଥିଲା ଏବଂ ଘଟଣା  ସ୍ଥଳରେ ହିଁ ପ୍ରଶାନ୍ତଙ୍କ ପ୍ରାଣବାୟୁ ଚାଲିଯାଇଥିଲା। ପ୍ରାୟ ଚାରି ମାସ ତଳେ ମା’ଙ୍କ ହରାଇ ପ୍ରଶାନ୍ତ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିବା ସହ ଅଧିକାଂଶ ସମୟରେ ମନସ୍ଥାପ କରି  ମାନସିକ ଚାପଗ୍ରସ୍ତ ଥିଲେ ବୋଲି କୁହାଯାଉଛି । ମାନସିକ ଭାବେ ଭାଙ୍ଗିପଡି ଥିବାରୁ ସେ ଆତ୍ମହତ୍ୟା କରିଛନ୍ତି ନା ଛାତ ଉପରୁ ଖସିପଡିଛନ୍ତି ତାହା ପୁଲିସର ଅନୁସନ୍ଧାନ ପରେ ସ୍ପଷ୍ଟ ଚିତ୍ର ସମ୍ମନାକୁ ଆସିବ ବୋଲି କୁହାଯାଇଛି  ।

ପ୍ରକାଶଥାଉକି, ପ୍ରଶାନ୍ତଙ୍କ ଘର ଜରପଡା ଥାନାର ବିମଳବେଡା ଗ୍ରାମର ସ୍ଥାୟୀ ବାସିନ୍ଧା ହୋଇଥିବା ବେଳେ ଅନୁଗୁଳ ଖଲାରୀ ବିଶ୍ବାଳ ସାହିରେ ଭଡା ଘରେ ରହିଆସୁଥିଲେ। ମୃତକଙ୍କ ସହିତ ତାଙ୍କ ଶଳା, ଆଇ ଶାଶୁ, ପ୍ରଶାନ୍ତଙ୍କ ଧର୍ମପତ୍ନୀ ସହ  ଦୁଇ ମାସର ଏକମାତ୍ର କନ୍ୟା ରହୁଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି । ପ୍ରଶାନ୍ତଙ୍କ ମୃତ୍ୟୁ ନେଇ ରାଜସ୍ଵ ଅମଲା ସଂଘ ପକ୍ଷରୁ ଶୋକଵ୍ୟକ୍ତ କରାଯାଇଛି ।

Related posts

ଆସନ୍ତାକାଲି ପରିକ୍ରମା ପ୍ରକଳ୍ପର ଶୁଣାଣି

mahabharatanews

ରାଜ୍ୟରେ ବିଜୁଳି ,ଘଡଘଡି ସହ ବର୍ଷା ସମ୍ଭାବନା 

mahabharatanews

ନୀଳକନ୍ଦରକୁ ବାହାୁଡିଲେ ନୀଳାଦ୍ରିପତି

mahabharatanews