ଓଡିଶା

କାକଟପୁର ମଙ୍ଗଳା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଘଟଣାରେ ବିଜେପି ପକ୍ଷରୁ ଧାରଣା

(ଜୟନ୍ତ କୁମାର ସେଠୀ/କାକଟପୁର): ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ବହୁ ଚର୍ଚ୍ଚିତ କାକଟପୁର ମଙ୍ଗଳା ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନିର୍ୟ୍ୟାତନା ଓ ଧମକ ଘଟଣାରେ ତେଜିଛି ରାଜନୀତି । ଯାହାକୁ ନେଇ ଆଜି ପୂର୍ବାହ୍ନ ରେ ବିଜେପି ପକ୍ଷରୁ କାକଟପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଛି। ପ୍ରଥମେ ବିଜେପିର କିଛି ନେତା ଓ କର୍ମୀ ମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି କାକଟପୁର ଥାନା ସମ୍ମୁଖରେ ପହଞ୍ଚିଥିଲେ । ପରେ ସେଠାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ଵାଧୀନ ନାୟକଙ୍କ ଗିରଫ ଦାବିରେ ନାରାବାଜି କରି ଥାନା ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ। ଗତ କିଛି ଦିନ ପୂର୍ବରୁ କାକଟପୁର ମଙ୍ଗଳା ମହାବିଦ୍ୟାଳୟର ଅଧକ୍ଷଙ୍କୁ ମାନସିକ ଚାପ ଓ ଧମକ ଦେଇଥିବା ଅଭିଯୋଗରେ ଅଧକ୍ଷ ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ । ଯାହାକୁ ନେଇ ଆଜି ବିଜେପି ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇ ଆସିଛି ଏବଂ ଯଥା ଶୀଘ୍ର ମନ୍ତ୍ରୀଙ୍କୁ ଦଳରୁ ବହିଷ୍କାର କରିବା ସହ ବ୍ଲକ ଅଧକ୍ଷ ଓ ମନ୍ତ୍ରୀଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିବାଦ କରାଯାଇଛି।

Related posts

ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

mahabharatanews

ମାଡିଆସୁଛି ଭୟଙ୍କରୀ ବାତ୍ୟା

mahabharatanews

କେଉଁ ବାରରେ ଦେବା କେଉଁ ଭୋଗ

mahabharatanews