ଓଡିଶା

ଶିକ୍ଷକ ଅଭାବକୁ ନେଇ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ

(ମହାଭାରତ, କଳାହାଣ୍ଡି): କୋକସରା ବ୍ଲକ ଡୋଙ୍ଗରିଗୁଡା ଇନ୍ଦ୍ରାବତୀ ହାଇସ୍କୁଲରେ ପ୍ରଧାନ ଶିକ୍ଷକଙ୍କ ଅବସର ପରେ ପ୍ରାୟ ଏକ ବର୍ଷ ହେବ ପଦବୀ ଖାଲି ପଡିଛି । ଏହା ସହ ସ୍କୁଲରେ ବିଜ୍ଞାନ ଶିକ୍ଷକ ଏଯାଏ ନିଯୁକ୍ତ ହୋଇନାହାନ୍ତି । ଆଗକୁ ମାଟ୍ରିକ ପରୀକ୍ଷା ଥିବାରୁ ସ୍କୁଲ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଏହାକୁ ନେଇ ସ୍କୁଲ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତେବେ ହାଇସ୍କୁଲରେ ଶିକ୍ଷକ ଅଭାବ ନେଇ ସକାଳୁ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଆରମ୍ଭ କରିବା ସହ ସ୍କୁଲ ଗେଟ୍ରେ ତାଲା ପକାଇ ଧାରଣା ଦେଇଛନ୍ତି । ତେବେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଘଟଣାସ୍ଥଳରେ କୌଣସି ଶିକ୍ଷା ବିଭାଗ ଅଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଜଣାଯାଇଛି ।

Related posts

ପୁଣି ନିଜ ଗଡ ଦଖଲ କଲା ବିଜେଡି: ମୁଖ୍ୟମନ୍ତ୍ରୀଙ୍କୁ ଏବଂ ସହର ବାସୀଙ୍କୁ ଧନ୍ୟବାଦ ଦେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

mahabharatanews

ଜୀ ସାର୍ଥକର ମେଗା ଧାରାବାହିକ “ମଧୁର ସଂସାର”ରେ ହେବାକୁ ଯାଉଛି ମଧୁ ଓ ମାନସଙ୍କର ବାହାଘର

mahabharatanews

ଗଞ୍ଜାମ ଜିଲ୍ଲାରେ ଜୁନ୍ ୩୦ ପର୍ୟ୍ୟନ୍ତ ବଢିଲା ଲକଡାଉନ୍ କଟକଣା

mahabharatanews