ଓଡିଶା

ଛତ୍ରପୁରର ୫ଟି ଲଜ୍‌ ଉପରେ ଚଢାଉ

(ରଜନିକାନ୍ତ ପାତ୍ର, ହିଞ୍ଜିଳିକାଟୁ): ଛତ୍ରପୁରର ୫ଟି ଲଜ୍‌ ଉପରେ ଗୁରୁବାର ରାତିରେ ପ୍ରଶାସନର ଏକ ଟିମ୍‌ ଅଚାନକ ଚଢାଉ କରିଥିଲେ। ଏଥିରୁ ୨ଟି ଲଜ୍‌ରେ କେହି ନ ଥିବାବେଳେ ୩ଟି ଲଜ୍‌ରେ ୯ ଜଣ ରହୁଥିବା ଯାଞ୍ଚବେଳେ ଜଣାପଡିଥିଲା। ସେଥିମଧ୍ୟରୁ ୭ ଜଣ ଅନ୍ୟରାଜ୍ୟର ରହିଥିଲେ। ଏଗୁଡିକ ଶୁକ୍ରବାରଠାରୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଶା ପ୍ରାଇଡ୍‌ରେ ଜଣେ, ଭେଙ୍କେଟେଶ୍ୱର ଲଜ୍‌ରେ ୩ ଜଣ, ମେଘାଳୟ ଲଜ୍‌ରେ ୫ ଜଣଙ୍କୁ ଠାବ କରଯାଇଥିଲା। ସମସ୍ତ ଲଜ୍‌ ବନ୍ଦ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଉକ୍ତ ଲଜ୍‌ ଗୁଡିକ ଖୋଲାଥିଲା। ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଏସ୍‌ଡ଼ିପିଓ ଗୌତମ କିଷାନ, ତହସିଲଦାର ନୀଳମାଧବ ଭୋଇ, ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ପୋଲିସ ଫୋର୍ସ ନେଇ ଯାଞ୍ଚ କରିଥିଲେ

Related posts

ଝାରସୁଗୁଡାର ବ୍ୟବସାୟୀଙ୍କ ଘରୁ ଡକାୟତି ଘଟଣାରେ ନୂଆ ଟ୍ବିଷ୍ଟ

mahabharatanews

ପୁଲିସ କବଜାରେ ଗହଣା ଲୁଟେରା ଗ୍ୟାଙ୍ଗ, ୮ ଅଭିଯୁକ୍ତ ଗିରଫ

mahabharatanews

ଉଦ୍ଘାଟନ ପୂର୍ବରୁ ଭାଙ୍ଗି ଦେଲେ ଫଳକ

mahabharatanews