ଓଡିଶା

ସରିଲା ଚିତାର ସତ୍କାର କାର୍ଯ୍ୟ

 (ଭଞ୍ଜନଗର) : ସରିଲା ଚିତାର ସତ୍କାର କାର୍ଯ୍ୟ । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ବନାଞ୍ଚଳର ବୁଦୁଲି-ମୁଜାଗଡ଼ ରାସ୍ତାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାରେ ଅଜଣା ଗାଡ଼ି ଧକ୍କାରେ ଏକ ମାଈ କଲରାପତରିଆ ବାଘର ମୃତ୍ୟୁ ଘଟିଥିଲା । ଗାଇଡଲାଇନ୍‌ ଅନୁଯାୟୀ ଆଜି ଅପରାହ୍ନରେ ମାଜିଷ୍ଟ୍ରେଟ୍‌ ତଥା ଭଞ୍ଜନଗର ତହସିଲଦାର ଅଚ୍ୟୁତାନନ୍ଦ ଜାନିଙ୍କ ଉପସ୍ଥିତିରେ ବ୍ୟବ‌ଚ୍ଛେଦ ହୋଇଥିଲା। ପରେ ବନ ବିଭାଗ ପକ୍ଷରୁ ଶ୍ମଶାନରେ ଅନ୍ତିମ ସତ୍କାର କରଯାଇଛି। ବାଘଟିର ବୟସ ଆନୁମାନିକ ୩ରୁ ୪ ବର୍ଷ ଏବଂ ତାର ଉଚ୍ଚତା ୬୭ ସେମି ଓ ଲମ୍ବା ୯୬ ସେମି ବୋଲି ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସୂଚନାନୁଯାୟୀ,  ଭଞ୍ଜନଗର ଓ ଫୁଲବାଣୀକୁ ସଂଯୋଗ ହୋଇଥିବା ୧୫୭ ନମ୍ବର ରାଜ୍ୟ ରାଜପଥରେ ବାଘଟି ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ଦେଖି ଜଣେ ପୁଲିସ କର୍ମଚାରୀ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ପହଞ୍ଚି କଲରାପତରିଆ ବାଘଟିକୁ ଉଦ୍ଧାର କରି ପ୍ରାଣୀ ଚିକିତ୍ସାଳୟକୁ ଆଣିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲା।

Related posts

ପାରଳାଖେମୁଣ୍ଡି ଜଙ୍ଗମୁସାହି ଛକରେ ରାସ୍ତା ରୋକ

mahabharatanews

୧୯୯୮ ମସିହା ଛାତ୍ର ଛାତ୍ରୀ ମାନଙ୍କର ବନ୍ଧୁ ମିଳନ ପର୍ବ

mahabharatanews

ଗାତରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

mahabharatanews