ଓଡିଶା

୨୪ ଘଣ୍ଟାରେ କିଛି ସ୍ଥାନରେ ବର୍ଷା ସମ୍ଭାବନା 

(ଭୁବନେଶ୍ୱର) : କେନ୍ଦ୍ରାପଡ଼ା ସମେତ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, ଯାଜପୁର, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ସ୍ବାଭାବିକଠାରୁ କମ୍‌ ବର୍ଷା ରେକର୍ଡ କରାଯାଇଛି। ଯେତେବେଳେ କି ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ଦେବଗଡ଼, ବୌଦ୍ଧ, ଅନୁଗୁଳରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ୧୬ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ  ।

ସୂଚନାନୁଯାୟୀ ,ଦୁର୍ବଳ ମୌସୁମୀ ହେତୁ ଉପକୂଳ ସମେତ ବିଭିନ୍ନ ଜିଲ୍ଲାରେ ଗୁଳୁଗୁଳି ଲାଗି ରହିଛି। ବାଲେଶ୍ବର ସମେତ କେତେକ ଜିଲ୍ଲାରେ ଆଜି ଦିନର ତାପମାତ୍ରା ୩୫ ଡିଗ୍ରି ଉପରକୁ ଚାଲିଯାଇଛି। ବାଲେଶ୍ବରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରି ରେକର୍ଡ କରାଯାଇଛି।

Related posts

ନିଖୋଜ ମହିଳାଙ୍କ ଗଳିତ ଶବ ଉଦ୍ଧାର

mahabharatanews

ଗତ ୨୪ ଘଣ୍ଟାରେ ୧୨୦୧ ସଂକ୍ରମିତ ଚିହ୍ନଟ

mahabharatanews

ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ : ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା

mahabharatanews