ଓଡିଶା

ଆଇସିୟୁରେ ଭର୍ତ୍ତି ହେଲେ କମଳା ପୂଜାରୀ

ଜ୍ୱର ଓ ଝାଡାରେ ପୀଡିତ ହୋଇଥିବା ସୂଚନା
କଟକ: ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଆସିୟୁରେ ଭର୍ତ୍ତି କରାଯାଇଛି। ସେ ଜ୍ୱର ଓ ଝାଡାରେ ପୀଡିତ ହୋଇଥିବାବେଳେ କିଡୀନ ଜନିତ ରୋଗ ଲାଗି ଅସୁସ୍ଥ ଥିବା ସୂଚନା ମିଳିଛି। ପୂର୍ବରୁ ଅସୁସ୍ଥତା କାରଣରୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ଦିନ ଧରି ସେଠାରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ତେବେ ରବିବାର ଦିନ ପୁଣି ଥରେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ଏସସିବିକୁ ଅଣାଯାଇଥିଲା। ସେଠାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ଦ୍ୱାରା ଚେକ ଅପ କରାଯିବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଗତ ଦୁଇ ବର୍ଷ ଧରି କୀଡିନ ଜନିତ ରୋଗରେ ପୀଡିତ ଥିବା ଜଣାପଡିଛି। କମଳା ପୂଜାରୀ ରାଜ୍ୟରେ ଲୋପ ପାଇଯାଉଥିବା ବିରଳ ପ୍ରଜାତିର ଧାନ ସଂଗ୍ରହ କରି ଚର୍ଚ୍ଚାକୁ ଆସିଥିଲେ। ଏଥିପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Related posts

ରେଳ ଦୁର୍ଘଟଣା : ରେଲୱେ ବୋର୍ଡ ଚେୟାରମ୍ୟାନ ଓ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍

mahabharatanews

ଗଂଜାମ ଜିଲ୍ଲାକୁ ‘ଭୂମି ସମ୍ମାନ’ 

mahabharatanews

‘ଓଡ଼ିଆ ଚରିତକୋଷ’ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ଗ୍ରନ୍ଥାଗାରିକ ତଥା ଗବେଷକ ନଗେନ୍ଦ୍ର ନାଥ ମହାନ୍ତିଙ୍କ ପରଲୋକ

mahabharatanews