ମନୋରଞ୍ଜନ

ପ୍ରଥମ ଥର ପରଦାରେ ଏକାଠି ନଜର ଆସିବେ କଙ୍ଗନା ରଣାୱତ୍ ଓ ସାଉଥର ବିଜୟ ସେତୁପତି

(ମୁମ୍ବାଇ) :  ପ୍ରଥମ ଥର ପରଦାରେ ଏକାଠି ନଜର ଆସିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍ ଏବଂ ସାଉଥର ଲୋକପ୍ରିୟ କଳାକାର ବିଜୟ ସେତୁପତି । ତେବେ ଉଭୟଙ୍କୁ ଏକାଠି ଦେଖିବା ପାଇଁ ବର୍ତ୍ତମାନ ଫ୍ୟାନ୍ସ ଙ୍କ ଉତ୍ସାହ ବଢିଯାଇଛି । ତେବେ ଅହିଂସା ଏଣ୍ଟରଟେନମେଣ୍ଟ ଓ ଟ୍ରିଡେଂଟ୍ ଆର୍ଟ୍ସ ପକ୍ଷରୁ ଏହି ବିଗ୍ ବଜେଟ୍ ଫିଲ୍ମର ନିର୍ମାଣ କରାଯିବ । ବର୍ତ୍ତମାନ ଏହି ଫିଲ୍ମର ନିର୍ଦ୍ଦେଶକଙ୍କ ନାମକୁ ନେଇ କୋଣସି ଘୋଷଣା କରାଯାଇ ନାହିଁ । ଏହା ଏକ ସାଇକୋଲୋଜିକାଲ ଥ୍ରୀଲର ଚଳଚ୍ଚିତ୍ର । ଖୁବ ଶୀଘ୍ର ଏହି ଫିଲ୍ମ ସୁଟିଂ ଆରମ୍ଭ କରାଯିବା ନେଇ ସୂଚନା ରହିଛି ।

ଖବରନୁଯାୟୀ,  ଏହାର ଏକ ପୋଷ୍ଟର ମଧ୍ୟ ପ୍ରଡକ୍ସନ ହାଉସ ପକ୍ଷରୁ ସେୟାର କରାଯାଇଛି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ସହ ସିନେପ୍ରେମୀଙ୍କୁ ପ୍ରଶଂସା ସାଉଁଟୁଛି । ଏହି ଫିଲ୍ମରେ ଜବରଦସ୍ତ ଆକ୍ସନ ସହ ଟେକ୍ନୋଲୋଜିର ଝଲକ ଦେଖିବା ପାଇଁ ମିଳିବ । ସେପଟେ ବିଜୟଙ୍କ ସହ କଙ୍ଗନାଙ୍କ ଯୋଡିକୁ ନେଇ ଆରମ୍ଭ ହୋଇଯାଇଛି ସମାଲୋଚନା । କିଛି ସୋସିଆଲ ମିଡିଆ ୟୁଜର୍ସ ଏବେଠୁ ଏହି ଫିଲ୍ମକୁ ଟ୍ରୋଲ କିରବା ଆରମ୍ଭ କଲେଣି ଯାହା ନେଇ କଙ୍ଗନା କହିଛନ୍ତି, ମୋର ଯେ କୌଣସି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ବିବାଦର ସମ୍ମୁଖୀନ ହୋଇଥାଏ । ଏପରି ଘଟଣା ମୋ ପାଇଁ କିଛି ନୂଆ ନୁହେଁ ।

 

Related posts

 ଦ୍ବିତୀୟ ଅତିଥି ଅପେକ୍ଷାରେ ବିରାଟ ଓ ଅନୁଷ୍କା

mahabharatanews

୧୨୦୦ କୋଟି ଆୟ କରି ଚର୍ଚାରେ ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’

mahabharatanews

“ମେନକା ଗାନ୍ଧି ଆମ ପରିବାରକୁ ଶାନ୍ତି ବଞ୍ଚିବାକୁ ଦିଅନ୍ତୁ” : ଏଲଭିଶଙ୍କ ବାପା

mahabharatanews