Uncategorized

ଅଭିନୟକୁ ଛାଡ଼ି ରାଜନୀତିରେ ପାଦ ଥାପିବେ କଙ୍ଗନା!

(ମୁମ୍ବାଇ): କଙ୍ଗନା ରଣାୱତ, ବଲିଉଡ଼ ଇଣ୍ଡଷ୍ଟ୍ରିରେ କୁଇନ୍ ନାମରେ ବେସ ପରିଚିତ । ଗତ କିଛି ଦଶନ୍ଧି ଧରି କଙ୍ଗନା ଜନସାଧାରଣଙ୍କୁ ନିଜର ଅଭିନୟ ମାଧ୍ୟମରେ ମନୋରଞ୍ଜନ କରିଆସିଛନ୍ତି । କଙ୍ଗନାଙ୍କ ମୁଭି ‘ତଲାଇଭି’ ନିକଟରେ ପ୍ରକ୍ଷାଳୟରେ ମୁକ୍ତି ଲାଭ କରିଛି । ଏହି ଫିଲ୍ମରେ କଙ୍ଗନା ତାମିଲନାଡ଼ୁର ପୂର୍ବତନ ଏଆଇଏଡିଏମ୍କେର ସୁପ୍ରିମୋ, ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜେ ଜୟଲଲିତାଙ୍କ ଭୂମିକାରେ ଅଭିନୟ କରିଥିଲେ । ଦେଶ, ବିଶ୍ୱ କିମ୍ବା ମନୋରଞ୍ଜ ଜଗତ ସହ ଜଡ଼ିତ ଯେ କୌଣସି ପ୍ରସଙ୍ଗ ହେଉ କଙ୍ଗନା ରଣାୱତ ନିଜ ମତକୁ ଅତି ଖୋଲାଖୋଲି ଭାବରେ ପ୍ରକାଶ କରିବା ପାଇଁ ବେଶ ଜଣାଶୁଣା । କିନ୍ତୁ ଏସବୁ ମଧ୍ୟରେ ଜୟଲଲିତାଙ୍କ ବାୟୋପିକରେ ମୁଖ୍ୟଭୂମିକା ଗ୍ରହଣ କରିଥିବା କଙ୍ଗନା ରଣାୱତ ରାଜନୈତିକ ଦୁନୀଆରେ ପାଦ ଦେବେ କି? । ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ତେବେ ସୂଚନା ଅନୁଯାୟୀ କଙ୍ଗନା ତାଙ୍କର ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସ୍ପଷ୍ଟ କହିଛନ୍ତି ଯେ ଏହା କେବଳ ଜନସାଧାରଣଙ୍କ ଉପରେ ନିର୍ଭର କରେ । ମୁଁ ଜଣେ ନେତା ହୋଇପାରିବି ବି ନାହିଁ ତାହା ମୋ ହାତରେ ନାହିଁ । ଲୋକଙ୍କ ସମର୍ଥନ ବିନା ଆପଣ ପଞ୍ଚାୟତ ନିର୍ବାଚନ ମଧ୍ୟ କରିପାରିବେ ନାହିଁ । ମୁଁ ଜଣେ ଜାତୀୟବାଦୀ ଏବଂ ମୁଁ ଦେଶ ସହ ଜଡ଼ିତ ପ୍ରସଙ୍ଗରେ କଥାବାର୍ତ୍ତା କରେ । ଏହି କାରଣରୁ ଲୋକମାନେ ଭାବନ୍ତି ଯେ ମୁଁ ରାଜନୈତିକ ପ୍ରସଙ୍ଗ ବିଷୟରେ କଥାବାର୍ତ୍ତା କରେ । ମୁଁ ଜଣେ ଦାୟିତ୍ୱବାନ ନାଗରିକ ।

Related posts

ପ୍ରସିଦ୍ଧ ଉର୍ଦ୍ଦୁ କବି ରାହତ ଇନ୍ଦୋରୀଙ୍କୁ କରୋନା

mahabharatanews

ଉଚ୍ଚ ରକ୍ତଚାପକୁ ରୋକିବା ସହ ଅନେକ ରୋଗକୁ ଦୂରରେ ରଖିଥାଏ ଗଜାମୁଗ

mahabharatanews

ବିକାଶ ଦୁବେ ଏନକାଉଣ୍ଟରରେ ସାମିଲ କନଷ୍ଟେବଲ କରୋନା ପଜିଟିଭ

mahabharatanews