Uncategorized

ଅଭିନୟକୁ ଛାଡ଼ି ରାଜନୀତିରେ ପାଦ ଥାପିବେ କଙ୍ଗନା!

(ମୁମ୍ବାଇ): କଙ୍ଗନା ରଣାୱତ, ବଲିଉଡ଼ ଇଣ୍ଡଷ୍ଟ୍ରିରେ କୁଇନ୍ ନାମରେ ବେସ ପରିଚିତ । ଗତ କିଛି ଦଶନ୍ଧି ଧରି କଙ୍ଗନା ଜନସାଧାରଣଙ୍କୁ ନିଜର ଅଭିନୟ ମାଧ୍ୟମରେ ମନୋରଞ୍ଜନ କରିଆସିଛନ୍ତି । କଙ୍ଗନାଙ୍କ ମୁଭି ‘ତଲାଇଭି’ ନିକଟରେ ପ୍ରକ୍ଷାଳୟରେ ମୁକ୍ତି ଲାଭ କରିଛି । ଏହି ଫିଲ୍ମରେ କଙ୍ଗନା ତାମିଲନାଡ଼ୁର ପୂର୍ବତନ ଏଆଇଏଡିଏମ୍କେର ସୁପ୍ରିମୋ, ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜେ ଜୟଲଲିତାଙ୍କ ଭୂମିକାରେ ଅଭିନୟ କରିଥିଲେ । ଦେଶ, ବିଶ୍ୱ କିମ୍ବା ମନୋରଞ୍ଜ ଜଗତ ସହ ଜଡ଼ିତ ଯେ କୌଣସି ପ୍ରସଙ୍ଗ ହେଉ କଙ୍ଗନା ରଣାୱତ ନିଜ ମତକୁ ଅତି ଖୋଲାଖୋଲି ଭାବରେ ପ୍ରକାଶ କରିବା ପାଇଁ ବେଶ ଜଣାଶୁଣା । କିନ୍ତୁ ଏସବୁ ମଧ୍ୟରେ ଜୟଲଲିତାଙ୍କ ବାୟୋପିକରେ ମୁଖ୍ୟଭୂମିକା ଗ୍ରହଣ କରିଥିବା କଙ୍ଗନା ରଣାୱତ ରାଜନୈତିକ ଦୁନୀଆରେ ପାଦ ଦେବେ କି? । ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ତେବେ ସୂଚନା ଅନୁଯାୟୀ କଙ୍ଗନା ତାଙ୍କର ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସ୍ପଷ୍ଟ କହିଛନ୍ତି ଯେ ଏହା କେବଳ ଜନସାଧାରଣଙ୍କ ଉପରେ ନିର୍ଭର କରେ । ମୁଁ ଜଣେ ନେତା ହୋଇପାରିବି ବି ନାହିଁ ତାହା ମୋ ହାତରେ ନାହିଁ । ଲୋକଙ୍କ ସମର୍ଥନ ବିନା ଆପଣ ପଞ୍ଚାୟତ ନିର୍ବାଚନ ମଧ୍ୟ କରିପାରିବେ ନାହିଁ । ମୁଁ ଜଣେ ଜାତୀୟବାଦୀ ଏବଂ ମୁଁ ଦେଶ ସହ ଜଡ଼ିତ ପ୍ରସଙ୍ଗରେ କଥାବାର୍ତ୍ତା କରେ । ଏହି କାରଣରୁ ଲୋକମାନେ ଭାବନ୍ତି ଯେ ମୁଁ ରାଜନୈତିକ ପ୍ରସଙ୍ଗ ବିଷୟରେ କଥାବାର୍ତ୍ତା କରେ । ମୁଁ ଜଣେ ଦାୟିତ୍ୱବାନ ନାଗରିକ ।

Related posts

ଦିଲ୍ଲୀ ସିଏଏ ହିଂସାର ଏସଆଇଟି ତଦନ୍ତ ବିିକ୍ଷୋଭରେ ସାମିଲ ଥିଲେ ବାହାର ଲୋକ, ୬୪ ଗିରଫ

mahabharatanews

ତିନ୍ ତଲାକ୍ ପୀଡିତାଙ୍କୁ ୟୁପି ସରକାର ଦେବେ ଆର୍ଥିକ ସହାୟତା

mahabharatanews

କରୋନା ସଂକ୍ରମଣରେ ମୁମ୍ବାଇକୁ ପଛରେ ପକାଇଲା ଦିଲ୍ଲୀ

mahabharatanews