ମନୋରଞ୍ଜନ

ଲୋକସଭା ନିର୍ବାଚନ ଲଢ଼ିବେ କଙ୍ଗନା

(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ କଙ୍ଗନା ନିର୍ବାଚନ ଲଢ଼ିବାକୁ ନେଇ ଚର୍ଚ୍ଚା ଧରିଛି। ଏବେ ତାଙ୍କ ବାପା ଏହି ଚର୍ଚ୍ଚା ଉପରେ ପୁନଃଚ୍ଛେଦ ପକାଇ ଦେଇଛନ୍ତି। କଙ୍ଗନାଙ୍କ ବାପା ଝିଅ ଲୋକସଭା ନିର୍ବାଚନ ଲଢ଼ିବା କଥା ସ୍ପଷ୍ଟ କରିଛନ୍ତି।

ସୂଚନାନୁଯାୟୀ , ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ପିତା ଅମରଦୀପ ସ୍ପଷ୍ଟ କରିଛନ୍ତି ଯେ କଙ୍ଗନା କେବଳ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ, କିନ୍ତୁ ସେ କେଉଁଠାରୁ ନିର୍ବାଚନ ଲଢ଼ିବେ ସେନେଇ ଦଳ ନିଷ୍ପତ୍ତି ନେବ। ତେବେ ଝିଅ କଙ୍ଗନା କେଉଁ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ତାହା ବିଜେପି ସ୍ଥିର କରିବ। ଗତ ସପ୍ତାହରେ ହିମାଞ୍ଚଳର ବିଳାସପୁରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନର ଏକ ସାମାଜିକ ସଭା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବି କଙ୍ଗନା ଅଂଶଗ୍ରହଣ କରିଥିଲେ। ମାଙ୍ଗି ଲୋକସଭା ଆସନ କିମ୍ବା ଚଣ୍ଡିଗଡ଼ରୁ କଙ୍ଗନା ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଆଲୋଚନା ହେଉଛି।

Related posts

 ‘କାହାରିକୁ ଷ୍ଟୋନ ସମସ୍ୟା ନହେଉ”: ଭାରତୀ ସିଂ

mahabharatanews

୭୧ବର୍ଷରେ ଆଖି ବୁଜିଲେ ଅଭିନେତା ଶରତ ବାବୁ

mahabharatanews

 ବେଶ୍ ଚର୍ଚ୍ଚିତ ଅମିତାଭଙ୍କ ହୋଲି ପାର୍ଟି

mahabharatanews