ମନୋରଞ୍ଜନ

୭୧ବର୍ଷରେ ଆଖି ବୁଜିଲେ ଅଭିନେତା ଶରତ ବାବୁ

(ମୁମ୍ବାଇ) : ପରଲୋକରେ ତେଲୁଗୁ ଓ ତାମିଲ ସିନେମାର ଖ୍ୟାତନାମା ଅଭିନେତା ଶରତ ବାବୁ । ୭୧ ବର୍ଷ ବୟସରେ ‌ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ସୋମବାର ଦିନ ପରଲୋକ ହୋଇଛି। ଅସୁସ୍ଥତା କାରଣୁ ଗତମାସରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଯାଇଥିଲା। ତାଙ୍କ ପରଲୋକରେ କମଲ ହାସନଙ୍କ ସମେତ ଅନ୍ୟ ଅଭିନେତାମାନେ ଶୋକବ୍ୟକ୍ତ କରିଛନ୍ତି। ରଜନୀକାନ୍ତ, କମଲ ହାସନ, ଏନଟିଆର, ଚିରଞ୍ଜିବୀ ଏବଂ ଅନ୍ୟ ଖ୍ୟାତନାମା ତାରକାଙ୍କ ସହିତ ସେ ଉଭୟ ତେଲୁଗୁ ଏବଂ ତାମିଲ ସିନେମାରେ ଅଭିନୟ କରିଛନ୍ତି।

Related posts

ଆଜି ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଜନ୍ମ ଦିନ

mahabharatanews

ଦର୍ଶକଙ୍କ ମନ ମୋହୁଛି ଅନୁଭବଙ୍କ ଫିଲ୍ମ ‘ଲଭ ଇନ୍ ଲଣ୍ଡନ୍‌’

mahabharatanews

ଭାରତର ସବୁଠୁ ମହଙ୍ଗା ଆକ୍ସନ ଫିଲ୍ମ ‘କିଙ୍ଗ’, ବଜେଟ ୩୫୦ କୋଟି

mahabharatanews