ଓଡିଶା

କଣିହାଁ ବ୍ଲକର ସମସ୍ତ ଏନଆରଆଇଜିଏସ କାମରେ ଶ୍ରମିକ ବଦଳରେ ମେସିନ କରୁଛି କାମ

(କଣିହାଁ/ଜ୍ୟୋତିରଞ୍ଜନ ଧର): ଗ୍ରାମାଞ୍ଚଳରେ ଶ୍ରମିକମାନଙ୍କୁ କାମ ଯୋଗାଇବା ଲକ୍ଷ୍ୟ ରଖି ସରକାର ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ଆରମ୍ଭ କରିଥିଲେ। ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ କାମଧନ୍ଦା, ମୁଲ ମଜୁରୀ ମିଳିବ । ଲୋକଙ୍କ ଘର ପାଖରେ କାମ ମିଳିବ ଏବଂ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଲୋକେ ଯିବେନାହିଁ । ଏନେଇ ସରକାର କୋଟି କୋଟି ଟଙ୍କା ମନରେଗା ମାଧ୍ୟମରେ ଶ୍ରମିକ ମାନେ କାର୍ୟ୍ୟ କରିବା ପାଇଁ ଯୋଜନା ଆରମ୍ଭ କରିଥିବା ବେଳେ ବାସ୍ତବ ସ୍ଥିତି ସମ୍ପୂର୍ଣ ଓଲଟା । ଠିକାଦାର ଓ ପ୍ରଶାସନର ମିଲିଭଗତରେ ଲୁଟୁଛନ୍ତି ଶ୍ରମିକଙ୍କ ମଜୁରୀ ଅର୍ଥ। ବାସ୍ତବରେ ଶ୍ରମିକ ମାନେ କର୍ମ ନିଯୁକ୍ତି ପାଇବା ବଦଳରେ ଠିକାଦାରଙ୍କୁ ପୋଷିବା ସହିତ କିଛି ଅସାଧୁ ସରକାରୀ ବାବୁ ମାନଙ୍କ ପକେଟ ହେଉଛି ଗରମ । ଖୋଦ କଣିହାଁ ବ୍ଳକର ୧୩ରୁ ଊର୍ଦ୍ଧ୍ଵ ପଞ୍ଚାୟତରେ ଚାଲିଛି ଏଭଳି ବେଆଇନ କାମ । ଫଳରେ ସରକାରଙ୍କ ଏହି ମହତ ଯୋଜନା ସମ୍ପୂର୍ଣ୍ଣ ଦିଗହରା ହୋଇଯାଇଛି । ପ୍ରକାଶ ଥାଉକି, ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକସ୍ଥ ପରାବିଲି ପଞ୍ଚାୟତସ୍ଥ ଗହମ ଗାଁ ଲୋକଙ୍କୁ ମନରେଗା କାମରେ ଶ୍ରମିକ ଭାବରେ କାମ କରିବା ପାଇଁ ସୂଯୋଗ ଦିଆଯାଉ ନାହିଁ ଶ୍ରମିକ କରିବା ବଦଳରେ ଜେସିବି ମେସିନ ସାହାରାରେ ଚାଲିଛି କାମ । ଏନେଇ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପର୍ୟ୍ୟନ୍ତ ଗହମ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ହେଲେ ଫଳ ଶୂନ । ପ୍ରକାଶଯୋଗ୍ୟ ଯେ, ସମଲ ଥାନା ଗହମ ଗ୍ରାମ ନିକଟସ୍ଥ ୨୩ ନଂ. ଜାତୀୟ ରାଜପଥ ଠାରୁ ନୂଆବସ୍ତି ରାସ୍ତା ନିର୍ମାଣ କାର୍ୟ୍ୟ ପାଇଁ ମନରେଗା ମାଧ୍ୟମରେ ପାଞ୍ଚ ଲକ୍ଷ ଟଙ୍କା ମଞ୍ଜୁର ହୋଇ ରାସ୍ତା ନିର୍ମାଣ କାମ ଚାଲିଛି । କିନ୍ତୁ ରାସ୍ତା କାମରେ ଶ୍ରମିକ ବଦଳରେ ଜେସିବି ମେସିନ ସାହାଯ୍ୟରେ କାମ ଚାଲିଛି । ଜେସିବି ମେସିନ କରାଯିବା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଏନେଇ ସ୍ଥାନୀୟ ଗ୍ରାମବାସୀ ତାଳଚେର ଉପ-ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଅନୁଗୋଳ ଓ ଅନୁଗୋଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଯେଉଁ ରାସ୍ତା ପାଇଁ ପାଞ୍ଚ ଲକ୍ଷ ଟଙ୍କା ଅଟକଳ କରାଯାଇଛି ସେଥିରୁ ଅର୍ଦ୍ଧାଧିକ ରାସ୍ତା ତାଳଚେର – ବିମଳାଗଡ଼ ରେଳ ରାସ୍ତାରେ ଯାଇଛି। କେଉଁ ପରିସ୍ଥିତିରେ ଏଭଳି କାର୍ୟ୍ୟାଦେଶ ଦିଆଯାଇଛି ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ଏହି ରାସ୍ତା ଓ ଗ୍ରାମର ଅନ୍ୟ ଏକ ମନରେଗା କାର୍ୟ୍ୟ ମେସିନ ଦ୍ୱାରା କରାଯାଉଥିବା ନେଇ କଣିହାଁ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ କୁହନ୍ତି । କଣିହାଁ ବ୍ଳକର ଅର୍କୀଳି, କର୍ଣ୍ଣପାଳ, ହନୁମାନପୁର, ଗଣ୍ଡମଳା, ବଜ୍ରକୋଟ, ବାଲିପଶି, ବୁରୁକୁନା, ପରାବିଲ ଆଦି ପଂଚାୟତରେ ଶ୍ରମିକ ବଦଳରେ ମେସିନ ଦ୍ୱାରା କାର୍ୟ୍ୟ ହୋଇଥିବା ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ଚୁପ ହୋଇ ରହିବା ନେଇ ଗ୍ରାମବାସୀ ସରକାରୀ ବାବୁଙ୍କ କାର୍ୟ୍ୟକଳାପ ଉପରେ ସନ୍ଦେହ ପ୍ରକଟ କରିଛନ୍ତି । ସରକାରୀ ବାବୁଙ୍କ ଗୋଚରରେ ଉକ୍ତ କାର୍ୟ୍ୟରେ ନିୟୋଜିତ ଠିକାଦାର ଏହିଭଳି କାର୍ୟ୍ୟ ବ୍ଳକସ୍ଥ ସମସ୍ତ ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ମେସିନ ସାଜିଛି ଶ୍ରମିକ । ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Related posts

ବୁଲିବାକୁ ଆସି ଫସିଲେ ଯୁବକ

mahabharatanews

ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ବରଣ କରିଥିବା ଅଭିଯୋଗ

mahabharatanews

 ୬୭ଟି ‘ଆମ ହସ୍ପିଟାଲ’ ଲୋକାର୍ପିତ

mahabharatanews