ମନୋରଞ୍ଜନ

 ରିଲିଜ ହେଲା ‘Crew’ର ଟିଜର

(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ କରୀନା କପୁର, କ୍ରିତି ସାନନ ଏବଂ ତବୁ ଖୁବ ଶୀଘ୍ର ସେମାନଙ୍କର ଆଗାମୀ ଚଳଚ୍ଚିତ୍ର ‘Crew’ ସହିତ ଲୋକଙ୍କୁ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ଅଛନ୍ତି। ଚଳଚ୍ଚିତ୍ରର ଟିଜର ରିଲିଜ ହୋଇଛି, ଯାହା ଲୋକଙ୍କ ହୃଦୟରେ ଉତ୍ସାହ ଆହୁରି ବଢାଇ ଦେଇଛି ।

ସୂଚନାନୁଯାୟୀ ,  ରିଲିଜ ହେବା ମାତ୍ରେ ଟିଜର ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଦେଇଛି । ଫିଲ୍ମ ‘Crew’ର ଟିଜରରେ କରୀନା କପୁର, ତବୁ ଏବଂ କ୍ରିତି ସାନନ୍ ଏୟାର ହୋଷ୍ଟେସ୍ ଭୂମିକାରେ ନଜର ଆସିବେ । ପୂର୍ବରୁ ଫିଲ୍ମର ଏକ ପୋଷ୍ଟରି ରିଲିଜ୍ କରାଯାଇଥିଲା । ଏହି ତିନି ଅଭିନେତ୍ରୀଙ୍କ ଟିଜରରେ ଅଭିନୟ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତବୁ, କ୍ରିତି ସାନନ୍ ଏବଂ କରୀନା କପୁର ସେମାନଙ୍କ ଏୟାର ହୋଷ୍ଟେସ୍ ଚାକିରିକୁ ନେଇ ଖୁବ ଦୁଃଖି ଅଛନ୍ତି ଏବଂ ଏଥିରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି । ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ ୨୯ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

Related posts

‘ବିଗବସ୍‌ ୧୬’ରେ ନଜର ଆସିବେ ଅଭନେତ୍ରୀ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା !

mahabharatanews

ଦହାଡ଼୍ ପାଇଁ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା 

mahabharatanews

‘ବିଗ୍‌ବସ୍‌-୧୭’କୁ ହୋଷ୍ଟ୍‌ କରିବେ ୩ଭାଇ

mahabharatanews