ମନୋରଞ୍ଜନ

କର୍କଟ ରୋଗରେ ଆକ୍ରାନ୍ତ ହେଲେ ହାସ୍ୟ ଅଭିନେତା ଅତୁଲ ପରଚୁରେ

(ମୁମ୍ବାଇ)  : କର୍କଟ ରୋଗରେ ପୀଡିତ ହେଲେ ଅନେକ ଥର ଲୋକମାନଙ୍କୁ ପରଦା ଉପରେ ଅଭିନୟ କରି ହସାଉଥିବା ଅତୁଲ ପରଚୁରେ ।  ‘ଦି କପିଲ ଶର୍ମା ସୋ’ରେ  ଅଭିନୟ କରି ଲୋକଙ୍କ ମନ ଜିତୁଥିବା ଅତୁଲ କର୍କଟ ରୋଗରେ ପୀଡିତ ଥିବା ବେଳେ ଅନେକ ଦିନ ହେଲାଣି ସେ ଏହି ରୋଗ ସହ ଲଢ଼ିଆସୁଥିବା ଏକ ସାକ୍ଷାତକାର ସମୟରେ କହିଛନ୍ତି।

ସୂଚନାନୁଯାୟୀ , ଏକ ସାକ୍ଷାତକାରରେ ଅତୁଲ ତାଙ୍କ ଅସୁସ୍ଥତା ବିଷୟରେ କହିଛନ୍ତି। ମୁଁ ସୁସ୍ଥ ଥିଲି। କିନ୍ତୁ କିଛି ଦିନ ପରେ ମୋତେ ଖାଇବାରେ ଅସୁବିଧା ହେଲା। ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ଭାଇ ଔଷଧ ଆଣି ଦେଇଥିଲେ। ଅନେକ ଡାକ୍ତରଙ୍କ ପାଖକୁ ଯିବା ପରେ ଶେଷରେ ମୋର ଅଲଟ୍ରାସୋନୋଗ୍ରାଫି କରାଯିବାରୁ ଯକୃତରେ ୫ସେଣ୍ଟିମିଟରର ଟ୍ୟୁମର ହୋଇଥିବା ଏବଂ ଏହା କର୍କଟଗ୍ରସ୍ତ ଥିବା ଜଣାପଡ଼ିଥିଲା। ଡାକ୍ତର ସବୁ ଠିକ ହେବ ବୋଲି କହିଥିଲେ ବି ଚିକିତ୍ସାର ପ୍ରଭାବ ମୋ ଉପରେ ପଡ଼ିଲା ନାହିଁ। ମୋର ଅବସ୍ଥା ବିଗିଡ଼ିବା ସହ ମୋର ସର୍ଜରୀ ମଧ୍ୟ ବିଳମ୍ବ ହୋଇଥିଲା। ରୋଗ ଠିକ ସମୟରେ ଜଣାପଡ଼ିଥିଲେ ବି ଚିକିତ୍ସା ଭୁଲ ହୋଇଥିଲା। ଏହା ପରେ ମୁଁ ମୋର ଡାକ୍ତର ବଦଳାଇଲି।

 

Related posts

୪୫୦ କୋଟି ଆୟ ଅତିକ୍ରମ କଲା ଚଳଚ୍ଚିତ୍ର ‘ଗଦର-୨ ‘

mahabharatanews

ଆରପାରିରେ ତାମିଲ ଭେଟେରାନ ଅଭିନେତା-ନିର୍ଦ୍ଦେଶକ ମନୋବଳା, ୬୯ ବର୍ଷ ବୟସରେ ଦେହାନ୍ତ

mahabharatanews

ଶିଳ୍ପା ଏବଂ ରାଜଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ

mahabharatanews