ଭାରତ

କାର୍ଗିଲ ବିଜୟ ଦିବସ : ପାକିସ୍ତାନ ବିରୋଧରେ ସେନାର ବୀରତ୍ୱକୁ ମନେ ପକାଉଛି ସାରାଦେଶ

ନୂଆଦିଲ୍ଲୀ: ସାରା ଦେଶ ପାଳନ କରିବ କାର୍ଗିଲ ବିଜୟ ଦିବସ। ୧୯୯୯ ମସିହା ଜୁଲାଇ ୨୬ ତାରିଖ । ଏହି ଦିନ ଭାରତୀୟ ସେନାର ଅପରେସନ ‘ବିଜୟ’କୁ ନେଇ ସାରା ଦେଶ ଗର୍ବ ଅନୁଭବ କରିଥିଲା। ଭାରତ ମାଟିରୁ ପାକିସ୍ତାନୀଙ୍କ ଅନୁପ୍ରବେଶକୁ ହଟାଇଥିଲେ ଆମର ବୀର ଯବାନ। ଯୁଦ୍ଧ କ୍ଷେତ୍ରରେ ଅନେକ ବୀର ଯବାନ ସହିଦ ହୋଇଥିଲେ । ଶେଷରେ ଭାରତର ବିଜୟ ହୋଇଥିଲା । ସମସ୍ତ ଭାରତୀୟଙ୍କ ପାଇଁ ଏହା ଏକ ସ୍ମରଣୀୟ ଦିନ । ଏଥିପାଇଁ ପ୍ରତ୍ୟେକ ବର୍ଷ ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଏ ।

କାର୍ଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି । କାରଗିଲ୍ ୱାର ମେମୋରିଆଲରେ ବିଜୟ ଦିବସ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଳନ କରାଯାଉଛି । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି । ୧୯୯୯ରେ ଲାହୋର ରାଜିନାମାକୁ ଅମାନ୍ୟ କରି ପାକିସ୍ତାନ ସେନା କଶ୍ମୀରର କାର୍ଗିଲ ଅଞ୍ଚଳରେ ପ୍ରବେଶ କରିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ୨ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିବା ପରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ । ଏଥିରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି ।

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଦ୍ରାସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ରାସ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ୨୫ ତମ କାର୍ଗିଲ ବିଜୟ ଦିବସ ଅବସରରେ କାର୍ଗିଲ ଯୁଦ୍ଧ ମେମୋରିଆଲରେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ  ୯.୨୦ ସମୟରେ ଦ୍ରାସରେ ଅବସ୍ଥିତ କାର୍ଗିଲ ଯୁଦ୍ଧ ମେମୋରିଆଲରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।  ପିଏମ ମୋଦୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସେଠାରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲୀ ସିଙ୍କୁନ୍ ଲା ପ୍ରକଳ୍ପର ଉଦଘାଟନ କରିବେ ।

Related posts

୬ ନୂଆ ସହରକୁ ଆରମ୍ଭ ହେବ ବିମାନ  

mahabharatanews

ଭାରତରେ ପାଦଦେଲା ଓମିକ୍ରନ!

mahabharatanews

‘ପୁଷ୍ପକ’ର ସଫଳ ଅବତରଣ

mahabharatanews