ଭାରତ

‘ଗୋ ଫାଷ୍ଟ ଯାତ୍ରୀଙ୍କୁ ତୁରନ୍ତ ଟିକେଟ ଟଙ୍କା ଫେରାଅ ‘ : ଡିଜିସିଏ

(ଦିଲ୍ଲୀ) :  ଆର୍ଥିକ ସଙ୍କଟରେ ଗୋ ଫାଷ୍ଟ  । ମେ’ ୩ ଓ ୪ରେ ବିମାନ ଉଡ଼ାଣ ସ୍ଥଗିତ ରଖିଥିଲା । ଇଞ୍ଜିନ୍ ଯୋଗାଣ ନହେବା କାରଣରୁ ଗୋଫାଷ୍ଟ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି, ଯାହାଫଳରେ ୨୮ଟି ବିମାନର ଉଡ଼ାଣ ବନ୍ଦ ହୋଇଯାଇଛି। ଗୋଫାଷ୍ଟ ଏୟାରଲାଇନ୍ସର ୬୦ପ୍ରତିଶତରୁ ଅଧିକ ବିମାନର ଉଡ଼ାଣ ବନ୍ଦ କରାଯାଇଛି ବୋଲି ସୂଚନା ମିଳିଛି ।

ଅନ୍ୟପଟେ ତେବେ ଗୋ ଫାଷ୍ଟ ପକ୍ଷରୁ ଏପରି ଘୋଷଣା କରିବା ପରେ ପ୍ରଭାବିତ ଯାତ୍ରୀଙ୍କ ଟିକେଟ୍‌ ଅର୍ଥ ଫେରାଇ ଦିଆଯିବ । ଅର୍ଥ ଫେରସ୍ତ ନେଇ ଡିଜିସିଏ ପକ୍ଷରୁ କୁହାଯାଇଛି । ମେ ୯ ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ ଥିବାବେଳେ ମେ ୧୫ ତାରିଖ ପର୍ଯ୍ୟନ୍ତ ଟିକେଟ ବିକ୍ରି ସ୍ଥଗିତ ରଖାଯାଇଛି ।

 

ସିଇଓଙ୍କ କହିବାନୁଯାୟୀ , ଗୋଫାଷ୍ଟକୁ ଦେବାଳିଆ ଘୋଷଣା କରିବାକୁ ଆମେ ନ୍ୟାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲକୁ ଅନୁରୋଧ କରିଛୁ।  ଏଭଳି ନିଷ୍ପତ୍ତି ପାଇଁ ଟିକେଟ ବୁକ୍ କରିଥିବା ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସୋସିଆଲ ମିଡିଆରେ ବ୍ୟକ୍ତ କରିଛନ୍ତି।

Related posts

କୁନି ହାତୀକୁ ଛୁଆକୁ Z++ ସୁରକ୍ଷା,ଭିଡିଓ ହେଲା ଭାଇରାଲ

mahabharatanews

୧୦ରେ କେଜ୍ରିୱାଲଙ୍କ ଜାମିନ ଶୁଣାଣି  

mahabharatanews

ଆଜି ରେଇନି ଡେ

mahabharatanews