ମନୋରଞ୍ଜନ

ରିଲିଜ୍‌ ହେଲା ସ୍ବର୍ଗତ ବିଜୟ ମହାନ୍ତିଙ୍କ ଶେଷ ଫିଲ୍ମ

(ଭୁବନେଶ୍ୱର) : ରିଲିଜ୍‌ ହେଲା ଫିଲ୍ମ ‘କର୍ତ୍ତବ୍ୟ’ ।ଏ ହେଉଛି ବିଶିଷ୍ଟ ଅଭିନେତା ସ୍ବର୍ଗତ ବିଜୟ ମହାନ୍ତିଙ୍କର ଶେଷ ଅଭିନୀତ ଫିଲ୍ମ। ନୂଆ ଓଡ଼ିଆ ଫିଲ୍ମ ଶ୍ରୀ ଜଗନ୍ନାଥ ମୁଭିଜ୍ ଓ ମୁକ୍ତି ଏକ୍ସପ୍ରେସ ପକ୍ଷରୁ ନିର୍ମିତ ‘କର୍ତ୍ତବ୍ୟ’ର କେନ୍ଦ୍ରରେ ଜଣେ କର୍ତ୍ତବ୍ୟପରାୟଣ ଶିକ୍ଷକ ଅଛନ୍ତି। ନିଜର ସାଧୁତା ପାଇଁ ସେ ସମସ୍ୟାରେ ଛନ୍ଦି ହେଉଛନ୍ତି। ତେବେ ତାଙ୍କର ଦୁଇଜଣ ଛାତ୍ର ତାଙ୍କର ସହାୟତା କରିଛନ୍ତି।

ସୂଚନାନୁଯାୟୀ, ସ୍ବର୍ଗତ ସତ୍ୟ ଓ ରୂପେଶ ନାୟକ ଭୂମିକାରେ ଅଭିନୟ କରିଥିବାବେଳେ ପ୍ରିୟଦର୍ଶିନୀ ଓ ତନୁଶ୍ରୀ ମୁଖ୍ୟ ନାୟିକା ଭାବେ ଅଛନ୍ତି। ଏହା ଏକ ଭିନ୍ନ ସ୍ବାଦର ସିନେମା‌ ତଥା ସ୍ବର୍ଗତ ବିଜୟ ମହାନ୍ତିଙ୍କ ପ୍ରଶଂସକଙ୍କ ପାଇଁ ଏକ ଉପହାର ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

Related posts

ଖୁବଶୀଘ୍ର ମନୋଜ ବାଜପେୟୀଙ୍କ ୱେବ୍ ସିରିଜ୍ ‘ଦ ଫ୍ୟାମିଲି ମ୍ୟାନ୍’

mahabharatanews

ଆଜି ହେଉଛି ଏହି କିମ୍ବଦନ୍ତି କ୍ରିକେଟ ଯୁବରାଜ ସିଂ ଙ୍କ ଜନ୍ମଦିନ

mahabharatanews

ବ୍ରହ୍ମାସ୍ତ୍ରର ଦ୍ୱିତୀୟ ପାର୍ଟରେ ନଜର ଆସିବେ ରଣବୀର-ଅମୀର- ଦୀପିକା!

mahabharatanews