ମନୋରଞ୍ଜନ

ଖୁବଶୀଘ୍ର ଆସୁଛି କେବିସି ,ଲଞ୍ଚ ହେଲା ପ୍ରମୋ

(ମୁମ୍ବାଇ) :  ଖୁବଶୀଘ୍ର ଆସିବାକୁ ଯାଉଛି ସମସ୍ତଙ୍କ ଲୋକପ୍ରିୟ କେବିସି (କୋନ ବନେଗା କରୋଡପତି। ତେବେ ନୂଆ ଶୈଳୀରେ କେବିସି ୧୫ମ ଥର ପାଇଁ ଫେରୁଛି। ଚଳିତଥର ବି କେବିସିକୁ ବିଗ ବି ଅମିତାଭ ହୋଷ୍ଟ କରିବେ ବୋଲି ସୂଚନା ମିଳିଛି। ନିକଟରେ  ଏହାର ପ୍ରମୋ  ଲଞ୍ଚ ହୋଇଛି।

 

ସୂଚନାନୁଯାୟୀ , ଏଥର ଅମିତାଭ କେବିସି-୧୫ର  ଝଲକ ଦେଖାଇ କିଛି ସ୍ବତନ୍ତ୍ର, କିଛି ନୂଆ କରିବେ ବୋଲି କହିଛନ୍ତି। କିନ୍ତୁ କ’ଣ କରିବେ ସେ ବିଷୟରେ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ସାମ୍ନାକୁ ଆସିଥିବା ପ୍ରୋମୋ ଦମଦାର ରହିଛି। ଅମିତାଭ ନିଜର ସ୍ବରରେ ଏକ କବିତା ପଢ଼ୁଛନ୍ତି। ଲେଟେଷ୍ଟ ପ୍ରୋମୋରେ ଅମିତାଭ କହୁଛନ୍ତି, ‘ଭାରତ ପରିବର୍ତ୍ତନକୁ ସମ୍ପୂର୍ଣ୍ଣ ଭାବେ ଆପଣାଉଛି। ଏମିତି ପରିବର୍ତ୍ତନ ଯାହା ବିକାଶକୁ ବୃଦ୍ଧି କରୁଛି। ଏମିତି ପରିବର୍ତ୍ତନ ଯାହା ଆମ ମାନସିକତାକୁ ପୁଣି ବଦଳାଇ ଦେଇଛି।’

Related posts

ଓଟିଟିରେ ନଜର ଆସିବେ ଭାଇଜାନ୍‌

mahabharatanews

ଓଟିଟି ପ୍ଲାଟ୍‌ଫର୍ମରେ ‘ଗଦର ୨’ 

mahabharatanews

ନିର୍ବନ୍ଧକୁ ନେଇ ଖୁସି ନାହାନ୍ତି ପରିଣୀତି

mahabharatanews