ଭାରତ

ଖୋଲିଲା କେଦାରନାଥ ଧାମ୍‌

(କେଦାରନାଥ) : ଖୋଲିଲା ଭାରତର ବହୁ ଚର୍ଚ୍ଚିତ ତୀର୍ଥସ୍ଥାନ କେଦାରନାଥ ଧାମ୍‌ । ଆଜି ସକାଳ ୭ଟାରୁ କେଦାରନାଥ ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯାଇଛି। ଆଜି ପୂରା ରୀତିନୀତି ସହ ଭାରତ ଓ ବିଦେଶର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି କେଦାରନାଥ ଧାମର ଦ୍ୱାର । ଏହି ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ସେଠାରେ ପହଞ୍ଚିଛନ୍ତି।

ସୂଚନାନୁଯାୟୀ , ତାଙ୍କ ପତ୍ନୀ ଗୀତା ଧାମି ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ। ଦ୍ୱାର ଖୋଲିବାର ପ୍ରଥମ ଦିନରେ ହଜାର ହଜାର ଶ୍ରଦ୍ଧାଳୁ ଧାମରେ ପହଞ୍ଚିଛନ୍ତି। ଧାମରେ ତୀର୍ଥଯାତ୍ରୀଙ୍କ ପାଇଁ ବିଶ୍ୱାସ ପଥ ନିର୍ମାଣ କରାଯାଇଛି । ସେହିପରି ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର ଦ୍ୱାର ମଧ୍ୟ ଆଜି ବିଦେଶରେ ଭକ୍ତଙ୍କ ପାଇଁ ଖୋଲାଯିବ ।

Related posts

ଅଲ-ଶିଫା ହସ୍ପିଟାଲରେ ପଶିଲେ ଇସ୍ରାଏଲ ସେନା

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୨,୨୭୦ ଆକ୍ରାନ୍ତ ଚିହ୍ନଟ ଓ ୩୨୫ ଜଣ ମୃତ

mahabharatanews

ଜାତୀୟ ପାର୍କରୁ ଚିତା ଫେରାର୍

mahabharatanews