ଭାରତ

କାନାଡ଼ାରେ ଆତଙ୍କବାଦୀ ସୁଖଦୁଲ ସିଂହ ନିହତ

(କାନାଡ଼ା) : ଖଲିସ୍ତାନୀ ଆତଙ୍କବାଦୀ ସୁଖଦୁଲ ସିଂହ ଓରଫ ସୁଖ ଦୁନେକେ କାନାଡ଼ାରେ ଦୁଇ ଆତଙ୍କବାଦୀ ଗୋଷ୍ଠୀ ଲଢ଼େଇରେ ନିହତ ହୋଇଥିବା ସୂଚନା ମିଳିଛି । ଗତ ଜୁନ ମାସରେ କାନାଡ଼ା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟା ଘଟଣାକୁ ନେଇ ଭାରତ ଓ କାନାଡ଼ା ମଧ୍ୟରେ କୂଟନୈତିକ ବିବାଦ ଚାଲିଥିବା ବେଳେ ସୁଖଦୁଲର ହତ୍ୟା ଘଟଣା ଘଟିଛି।

ସୂଚନାନୁଯାୟୀ,  ଦୁନେକେ କାନାଡ଼ାରେ ଚାଲିଥିବା ଭାରତ-ବିରୋଧୀ ଖଲିସ୍ତାନୀ ଆନ୍ଦୋଳନର ଅଂଶ। ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ ତା’ର ହତ୍ୟା ପାଇଁ ନିଜକୁ ଦାୟୀ କରିଛି। ଦୁନେକେ ହେଉଛି ପଞ୍ଜାବ ମୋଗା ଅଞ୍ଚଳର ଜଣେ ‘କ୍ୟାଟେଗୋରି ଏ’ର ଗ୍ୟାଙ୍ଗଷ୍ଟର, ଯିଏ ୨୦୧୭ରେ ଏକ ନକଲି ପାସ୍‌ପୋର୍ଟ ସାହାଯ୍ୟରେ କାନାଡ଼ା ପଳାଇଥିଲା। ଭାରତ ମଧ୍ୟ କାନାଡ଼ାର ଜଣେ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି। ଏଭଳି ଉତ୍ତେଜନା ଭିତରେ କାନାଡ଼ା ଯାତ୍ରା କରୁଥିବା ଭାରତୀୟମାନଙ୍କୁ କଡ଼ା ସତର୍କତା ଅବଲମ୍ବନ କରିବା ପାଇଁ ଭାରତ ପକ୍ଷରୁ ଉପଦେଶାବଳୀ ଜାରି କରାଯାଇଛି।

Related posts

ମଣିପୁର ହିଂସାକାଣ୍ଡ : ମୃତ୍ୟୁ ସଂଖ୍ୟା ୫୪ ପାର 

mahabharatanews

ରାଜସ୍ଥାନ ରୟାଲ୍ସ ଟିମରେ ଲାସିଥ ମାଲିଙ୍ଗା

mahabharatanews

ଡଲାରର ମୂଲ୍ୟ ୮୩ ଟଙ୍କାକୁ ବୃଦ୍ଧି

mahabharatanews