ଓଡିଶା

ସାଧୁସନ୍ଥଙ୍କ ମେଳରେ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା

ମାଘ ସପ୍ତମୀ ତଥା ଆଜିଠୁ ଭୁବନେଶ୍ଵର ଖଣ୍ଡଗିରିରେ ଆରମ୍ଭ ହେଉଛି ପ୍ରସିଦ୍ଧ ମାଘ ମେଳା ବା ଖଣ୍ଡଗିରି କୁମ୍ଭମେଳା । ଏନେଇ ଖଣ୍ଡଗିରିର ପାଦଦେଶରେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ସମ୍ପ୍ରଦାୟର ସାଧୁସନ୍ଥ ଆସ୍ଥାନ ଜମାଇଲେଣି । ଖଣ୍ଡଗିରି କୁମ୍ଭମେଳାରେ ନିଜ ନିଜ ଅସ୍ଥାୟୀ ମଠରେ ହୋମଯଜ୍ଞ କରିବାକୁ ପ୍ରସ୍ତୁତ ଆରମ୍ଭ କରିଲେଣି ସାଧୁସନ୍ଥ ଗଣ । ପ୍ରାରମ୍ଭିକ ପୂଜାପାଠ ସହ ଅନ୍ୟାନ୍ୟ ବିଧି ଆରମ୍ଭ କରିଛନ୍ତି । ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ସାଧୁସନ୍ଥଙ୍କ ଆଗମନ ଆହୁରି ବୃଦ୍ଧି ପାଇବ । ରାଜ୍ୟ ତଥା ରାଜ୍ୟ ବାହାରୁ ୫୦୦ରୁ ଅଧିକ ସାଧୁସନ୍ଥ ଆସିବେ ବୋଲି ଆକଳନ କରାଯାଇଛି ।

mbh

ଏହି ଅବସରରେ ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ଅଧ୍ୟକ୍ଷ ବାବା ପଞ୍ଚଦେବଙ୍କ ଆବାହକତ୍ୱରେ ପୂର୍ବାହ୍ନରେ ଜାଗମରା ପୁଷ୍କରିଣୀରୁ ପୂର୍ଣ୍ଣକୁମ୍ଭ ସଂକୀର୍ତ୍ତନ କରାଯାଇ କଳସ ସ୍ଥାପନ ହେବ । ୮ଦିନ ବ୍ୟାପୀ ସନାତନ ବୈଦିକ ଧର୍ମ ସଂସ୍କୃତି ଅନୁଯାୟୀ ଚତୁ୍‌ର୍ବେଦ ପାରାୟଣ ତଥା ଯଦୁର୍ବେଦ ଅନୁଯାୟୀ ଯଜ୍ଞ କରାଯିବ । ସ୍ବାମୀ ଆତ୍ମାନନ୍ଦ ସରସ୍ବତୀ ପରିବ୍ରାଜକ ଓଡ଼ିଶା, ଗୁରୁକୁଳ ବେଦବ୍ୟାସ ରାଉରକେଲା, ଆମସେନା ଗୁରୁକୁଳ ନୂଆପଡ଼ୀରୁ ବେଦ ପାଠୀ ବ୍ରହ୍ମଚାରୀମାନଙ୍କ ଦ୍ୱାରା ଯଜ୍ଞକାର୍ଯ୍ୟ ଆହୁତି ହେବା ସହିତ ବ୍ରହ୍ମାନନ୍ଦ ଗୌରବ ଗୁରୁକୁଳ, ତପୋବନ ଖଣ୍ଡଗିରି ବ୍ରହ୍ମଚାରିଣୀଙ୍କ ଦ୍ବାରା ଭଜନ କୀର୍ତ୍ତନ କରାଯିବ ।

ଖଣ୍ଡଗିରି ପାହାଡ ଉପରେ ରହିଛି ୫ ପବିତ୍ର କୁଣ୍ଡ । ଏହି କୁଣ୍ଡରେ ସ୍ନାନ କରିବା ଦ୍ୱାରା ଲୋକେ ବିଭିନ୍ନ ରୋଗରୁ ଆରୋଗ୍ୟ ଲାଭ କରନ୍ତି ବୋଲି କିମ୍ବଦନ୍ତୀ ରହିଛି । ଏଭଳି ବିଶ୍ୱାସ ନେଇ ଖଣ୍ଡଗିରିର ମାଘ ମେଳାରେ ଏକାଠି ହୁଅନ୍ତି ଲକ୍ଷଲକ୍ଷ ଭକ୍ତ, ହଜାର ହଜାର ସାଧୁସନ୍ଥ । ଖଣ୍ଡଗିରି ମେଳାରେ ଅନ୍ୟତମ ଆକର୍ଷଣ ସାଜିଥିବା ଯାତ୍ରା ମହାସମର ଆସନ୍ତା ୨୭ତାରିଖରୁ ୭ ପେଣ୍ଡାଲରେ ଆରମ୍ଭ ହେବ । ଏଥର କୌଣସି ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ବିଭିନ୍ନ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି । ଏଥର ପୁରୁଣା ପାର୍ଟି ସହ ଆଉ ୪ଟି ନୂଆ ପାର୍ଟି ସାମିଲ ହେବେ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ପୂର୍ବ ବର୍ଷ ଅପେକ୍ଷା ଅଧିକ ୧୦୦ଟି ସିସିଟିଭି ଲାଗିବ । ଭିଡ଼ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଓ ବିଏମସି ଏନଫୋର୍ସମେଣ୍ଟ ମୁତୟନ ରହିବେ । ଟ୍ରାଫିକ ପୋଲିସକୁ ସହାୟତା କରିବା ପାଇଁ ୧୦୦ରୁ ଅଧିକ ଟ୍ରାଫିକ ଓ୍ୱାର୍ଡେନ ବା ପୂର୍ବତନ ସେନା ଅଧିକାରୀଙ୍କୁ ମୁତୟନ କରାଯାଇଛି ।

Odisha | Odisha bans item dance in jatra and melodies - Telegraph India

Related posts

ଦୁର୍ଘଟଣାରେ ଠିକାଦାର ସଂଘ ସଂପାଦକ ଓ ସାଥିଙ୍କ ମୃତ୍ୟୁ

mahabharatanews

ଏତେ ସବୁ ପରେ ନିଜକୁ ନିର୍ଦ୍ଦୋଶ କହୁଛନ୍ତି ଆକାଶ

mahabharatanews

ମିଶନ ଶକ୍ତି ଋଣ ମେଳାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ତିନି କୋଟି ୭୨ ଲକ୍ଷ ଋଣ ପ୍ରଦାନ

mahabharatanews