(ମୁମ୍ବାଇ) : OTT ରେ ରିଲିଜ ହେଲା ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ‘ଜୱାନ’ । ବର୍ତ୍ତମାନ ଯେଉଁ ମାନେ ଏହି ଫିଲ୍ମ ସିନେମା ଘରେ ଦେଖି ନାହାଁନ୍ତି ସେମାନଙ୍କ ପାଇଁ ରହିଛି ଏକ ଖୁସି ଖବର । ଫିଲ୍ମ ‘ଜୱାନ’ର OTT’ ରାଇଟ୍ସ ବିକ୍ରି ହୋଇସାରିଛି ଆର୍ଥାତ୍ ଖୁବ ଶୀଘ୍ର ଏହି ଚଳଚ୍ଚିତ୍ରଟି OTT ରେ ମଧ୍ୟ ପ୍ରସାରିତ ହେବା ପାଇଁ ଯାଉଛି ।
ସୂଚନାନୁଯାୟୀ , ‘ଜୱାନ୍’ ବକ୍ସ ଅଫିସରେ କୋଟି କୋଟି ଟଙ୍କାର ବ୍ୟବସାୟ କଲାଣି । ତେବେ ଶାହାରୁଖ ଖାନଙ୍କ ଫିଲ୍ମ ‘ଜୱାନ୍’ ଦିନ ମଧ୍ୟରେ ସାରା ବିଶ୍ୱରେ ୬୦୦ କୋଟିରୁ ଅଧିକ ବ୍ୟବସାୟ କରି ସାରିଲାଣି । ଲୋକମାନେ ଏହି ଫିଲ୍ମରେ ଶାହାରୁଖ ଖାନଙ୍କ ଡବଲ ରୋଲକୁ ପସନ୍ଦ କରୁଛନ୍ତି । ମାତ୍ର ୭ଦିନ ମଧ୍ୟରେ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ କୋଟି କୋଟି ଟଙ୍କାର ଆୟ କରିସାରିଲାଣି ।
