ଭାରତ

ଭାରତ ଫେରିବେ ପାକିସ୍ତାନୀ ବୋହୂ ଅଞ୍ଜୁ !

(ଦିଲ୍ଲୀ) : ରାଜସ୍ଥାନ ଝିଅ, ପାକିସ୍ତାନୀ ବୋହୂ ଅଞ୍ଜୁଙ୍କ ପ୍ରେମ କାହାଣୀ ବିଷୟରେ କିଏ ବା ନଜାଣିଛି ।  ପ୍ରେମ ପାଇଁ ଭାରତରେ ନିଜ ସ୍ବାମୀ ଓ ପିଲାଙ୍କୁ ଛାଡ଼ି ପାକିସ୍ତାନ ଚାଲି ଯାଇଛନ୍ତି ଅଞ୍ଜୁ । ଏବେ କିନ୍ତୁ ଶୁଣିବାକୁ ମିଳୁଛି ଅଞ୍ଜୁ ଭାରତ ଫେରିଆସିବେ  । ଅଞ୍ଜୁଙ୍କ ପାକିସ୍ତାନୀ ସ୍ବାମୀ ନସରୁଲ୍ଲାଙ୍କ କହିବାନୁଯାୟୀ, ‘ଅଞ୍ଜୁଙ୍କ ମାନସିକ ସ୍ଥିତି ଭଲ ନାହିଁ। ତାହାର କାରଣ ‌ହେଉଛନ୍ତି ତାଙ୍କର ୨ ପିଲା। ସେ ସବୁବେଳେ ନିଜର ପିଲାଙ୍କୁ ମନେପକାଇ କାନ୍ଦୁଛନ୍ତି। ସେ ନିଜ ପିଲାଙ୍କ କାରଣରୁ ପାକିସ୍ତାନରେ ରହିବାକୁ ଭଲପାଉନାହାନ୍ତି।’

ସୂଚନାନୁଯାୟୀ ,  ଅଞ୍ଜୁ ୨୦୧୯ ମସିହାରେ ଅନ୍‌ଲାଇନ୍‌ରୁ ନାସରୁଲ୍ଲାଙ୍କୁ ଜାଣିବା ପରେ ପରସ୍ପରଙ୍କୁ ପ୍ରେମ କରି ବସିଥିଲେ। ତା’ପରେ ଅଞ୍ଜୁ ସ୍ୱାମୀ ଏବଂ ଦୁଇ ପିଲାଙ୍କୁ ଛାଡ଼ି ଭିସା ନେଇ ପାକ୍‌ ପଳାଇଥିଲେ। ଶୁଣିବାକୁ ମିଳୁଥିଲା ଯେ ଆଉ ସେ ଭାରତ ଫେରିବେ ନାହିଁ। ଏବେ କିନ୍ତୁ ଭିନ୍ନ ଖବର ସାମ୍ନାକୁ ଆସିଛି ।

 

Related posts

ବିଶ୍ୱ ଖାଦ୍ୟ ଭାରତ ୨୦୨୩ ଉଦଘାଟନ କଲେ  ପ୍ରଧାନମନ୍ତ୍ରୀ ମୋଦି

mahabharatanews

ସରକାରଙ୍କ ବଡ ପଦକ୍ଷେପ; ପ୍ରଦୂଷଣ ସାର୍ଟିଫିକେଟ ନାହିଁ ତ ତେଲ ନାହିଁ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୫୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews