ଓଡିଶା

କରୋନା ଭୟ: ମେଡିକାଲ ବାହାରେ ପଡି ରହିଛି କରୋନା ଯୋଦ୍ଧାଙ୍କ ମୃତଦେହ

(ରଜନୀକାନ୍ତ ପାତ୍ର/ହିଞ୍ଜିଳୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ଏଏସଆଇ ରବୀନ୍ଦ୍ରନାଥ ବେହେରାଙ୍କ ଆଜି ପରଲୋକ ହୋଇଛି । ମୃତ୍ୟୁ ପରେ ଏହି କରୋନା ଯୋଦ୍ଧାଙ୍କ ମୃତଦେହ ଯେପରି ଅଛୁଆଁ ହୋଇଯାଇଛି । କରୋନା ଡରରେ ପରିବାର ଲୋକେ ତାଙ୍କ ମୃତଦେହକୁ ଉଠାଉ ନଥିବା ଭଳି ହୃଦୟ ବିଦାରକ ଘଟଣା ଜିଲ୍ଲା ଅନ୍ତର୍ଗତ କୋଦଳାରେ ଦେଖିବାକୁ ମିଳିଛି । କୋଦଳା ମେଡିକାଲ ବାହାରେ ପଡି ରହିଛି ମୃତକ ଏଏସଆଇ ରବିନ୍ଦ୍ରନାଥ ବେହେରାଙ୍କ ମର ଶରୀର । ରବିନ୍ଦ୍ର ଗତ ୪ ଦିନ ଧରି ଜ୍ୱର, କାଶରେ ପୀଡିତ ଥିଲେ । ଗତକାଲି ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପରିବାର ଲୋକେ ତାଙ୍କୁ କୋଦଳା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ମୃତ୍ୟୁ ପରେ ତାଙ୍କ ମରଶରୀର ଉଠାଇବାକୁ କେହି ବି ଆସିନାହାନ୍ତି । ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳୁନଥିବା ବେଳେ ପରିବାର ଲୋକେ ବି ତାଙ୍କ ମୃତଦେହକୁ ଗ୍ରହଣ କରୁନାହାନ୍ତି । କରୋନା ସନ୍ଦେହରେ ମେଡିକାଲ ବାହାରେ ଏହି କରୋନା ଯୋଦ୍ଧାଙ୍କ ମୃତଦେହ ପଡି ରହିଛି । ମୃତ କରୋନା ଯୋଦ୍ଧା ରବିନ୍ଦ୍ର ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଥିଲେ । ଗତ କିଛି ବର୍ଷ ଧରି ସେ ବେଗୁନିଆପଡାରେ ରହୁଥିଲେ । ମହାମାରୀ କରୋନା ସମୟରେ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କାମ କରୁଥିବା ଏହି କରୋନା ଯୋଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ସମ୍ମାନ ମିଳିନି । ଏହି ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ଏଯାଏ ମିଳିପାରିନି ।

Related posts

ଗରିବ ଲୋକଙ୍କ କଲ୍ୟାଣ ମୋ ସରକାରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ର: ମୁଖ୍ୟମନ୍ତ୍ରୀ

mahabharatanews

ବୃଦ୍ଧି ପାଉଛି ଡେଙ୍ଗୁ , ୨ ଶିଶୁ ଆକ୍ରାନ୍ତ 

mahabharatanews

ନିଆଁ ଲାଗି ୭ ବଖରା ପାଉଁଶ

mahabharatanews