bharat

ନଦୀ ପାରି ହେଲାବେଳେ ଓଲଟିଲା ଟ୍ରାକ୍ଟର : ପ୍ରଖର ସ୍ରୋତରେ ଭାସିଗଲେ ୮, ୩ ଜଣଙ୍କ ମୃତଦେହ ଉଦ୍ଧାର

କୋହ୍ଲାପୁର : ନଦୀ ପାର ହେଲାବେଳେ ବଡ଼ ଅଘଟଣ । ମହାରାଷ୍ଟ୍ରର କୋହ୍ଲାପୁରରେ କୃଷ୍ଣ ନଦୀ ପାର ହେଉଥିବା ଏକ ଟ୍ରାକ୍ଟର ଓଲଟି ପଡିଛି । ଏହି ଦୁର୍ଘଟଣାରେ ୭-୮ ଜଣ ଲୋକ ନଦୀର ପ୍ରଖର ସ୍ରୋତରେ ପଡ଼ି ବହିଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ତିନି ଜଣଙ୍କ ମୃତଦେହ ମିଳିଥିବା ବେଳେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ଏନଡିଆରଏଫ୍ ଟିମ୍, ସ୍ଥାନୀୟ ଅଧିକାରୀ ଏବଂ ଗ୍ରାମବାସୀ ନଦୀରେ ବୁଡ଼ିଯାଇଥିବା ଲୋକଙ୍କୁ ଖୋଜୁଛନ୍ତି । ଏହି ଦୁର୍ଘଟଣା କୋହ୍ଲାପୁର ଜିଲ୍ଲାର ଇଚାଲକରଞ୍ଜୀରେ ଘଟିଛି।

ଆଜି ପ୍ରାୟ ୮ ଜଣ ଏକ ଟ୍ରାକ୍ଟରରେ ବସି ଇଚଲକରଞ୍ଜି ନିକଟରେ ପ୍ରବାହିତ ହେଉଥିବା କ୍ରୀଷ୍ଣାନଦୀର ଏକ ପୋଲ ଅତିକ୍ରମ କରୁଥିଲେ। ହଠାତ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ନଦୀ ପାଖରେ ଓଲଟି ପଡିଥିଲା ଏବଂ ଏଥିରେ ଯାତ୍ରା କରୁଥିବା ୭-୮ ଜଣ ଲୋକ ନଦୀରେ ପଡ଼ି ଯାଇଥିଲେ। ଦୁର୍ଘଟଣା ସମ୍ପର୍କରେ ତୁରନ୍ତ କିଛି ଦେଖଣାହାରୀ ସ୍ଥାନୀୟ କର୍ତ୍ତୃପକ୍ଷ ଓ ଏନଡିଆରଏଫକୁ ସୂଚନା ଦେଇଥିଲେ ।

ଖବର ପାଇବା ପରେ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଦୀର୍ଘ ସମୟ ଖୋଜାଖୋଜି ପରେ ବି ନିଖୋଜଙ୍କ ସନ୍ଧାନ ମିଳି ପାରିନି।

Related posts

ଆଜି ୱାୟନାଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews

କ୍ରମାଗତ ଷଷ୍ଠ ଥର ପାଇଁ IIT ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବିବେଚିତ

mahabharatanews

ଆୟୁଷ୍ମାନ କାର୍ଡରେ ବଡ ପରିବର୍ତ୍ତନ କରୁଛନ୍ତି ସରକାର ଏପରି ନକଲେ କଟିଯିବ ଆୟୁଷ୍ମାନ କାର୍ଡ ।

mahabharatanews