ଭାରତ

ପୁଣି ବୋରୱେଲରେ ଶିଶୁ

(ଦିଲ୍ଲୀ) : ବୋରୱେଲରେ ପୁଣି ଶିଶୁ  । ଦିଲ୍ଲୀର କେଶୋପୁର ମଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଶିଶୁ ୪୦ ଫୁଟ ଗଭୀର ବୋରୱେଲକୁ ଖସି ପଡ଼ିଛି। ଶିଶୁକୁ ଉଦ୍ଧାର କରିବା ପାଇଁ ଦମକଳ ବାହିନୀ,ଏନଡିଆରଏଫ ଏବଂ ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚାନୁଯାୟୀ,  ଶିଶୁକୁ ବାହାର କରିବା ପାଇଁ ଜେସିବି ଦ୍ବାରା ଡ୍ରିଲିଂ ଜାରି ରହିଛି। ଟଣା ସମ୍ପର୍କରେ ସୂଚନା ପାଇବା ପରେ ଦମକଳ ବାହିନୀର ୫ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଦିଲ୍ଲୀ ଜଳ ବୋର୍ଡର ୨୦ ଏମଜିଡି କ୍ଷମତା ବିଶିଷ୍ଟ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ୧.୫ ଫୁଟ ଚଉଡ଼ା ମୁହଁ ଥିବା ବୋରୱେଲରେ ଶିଶୁ ଖସିପଡ଼ିଥିବା କୁହାଯାଉଛି।

Related posts

ମୋଦିଙ୍କ ପାଇଁ ଗୀତ ଗାଇଲେ କାଶ୍ମୀର ଯୁବକ 

mahabharatanews

ମାତ୍ର ୧ ଟଙ୍କା ଖର୍ଚ୍ଚରେ ବୁଲିପାରିବେ ପୁରା ଦେଶ

mahabharatanews

ହାଣ୍ଡିଶାଳେ ଲାଗିଛି ନିଆଁ

mahabharatanews