ବିଶ୍ୱ

୨୮ରୁ ଶ୍ରୀଲଙ୍କାରେ ଗୀତା ମହୋତ୍ସବ -୨୦୨୪ 

(ଦିଲ୍ଲୀ) :  ଗୀତା ମହୋତ୍ସବ ୨୦୨୪ ଅନେକ ଦେଶରେ ଗୀତା ମହୋତ୍ସବ ପାଳନ କରିବା ପରେ କୁରୁକ୍ଷେତ୍ର ବିକାଶ ବୋର୍ଡ ଏଥର ଶ୍ରୀଲଙ୍କାରେ ଗୀତା ମହୋତ୍ସବ -୨୦୨୪ ଆୟୋଜନ କରିବ । ଏହି କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱରୁ ହଜାର ହଜାର ପ୍ରତିନିଧି ଯୋଗଦେବେ ବୋଲି ଆଶା କରାଯାଉଛି । ମହୋତ୍ସବରେ ଗୀତା ଯଜ୍ଞ, ଗୀତା ଜପ, ଶୋଭା ଯାତ୍ରା, ସମସାମୟିକ ଆଗ୍ରହର ବିଭିନ୍ନ ବିଷୟ ଉପରେ ଆଲୋଚନାଚକ୍ର ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ପରିଚାଳନା କମିଟି ବୈଠକରେ ମନ୍ତ୍ରୀ କହିଛନ୍ତି, ଶ୍ରୀମଦ୍ ଭଗବତ ଗୀତାର କାଳଜୟୀ ଶିକ୍ଷାକୁ ଲୋକପ୍ରିୟ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ତିନି ଦିନିଆ ଅନ୍ତର୍ଜାତୀୟ ଗୀତା ମହୋତ୍ସବ ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ । ହରିୟାଣାର କୁରୁକ୍ଷେତ୍ର ଉନ୍ନୟନ ବୋର୍ଡର ଆର୍ôଥକ ସହଯୋଗରେ ନେଲୁମ ପୋକୁନା ଥିଏଟର ପରିସରରେ ଏହି ମହୋତ୍ସବ ଅନୁଷ୍ଠିତ ହେବ । ବିଗତ ବର୍ଷମାନଙ୍କରେ ବିଦେଶରେ ଏହି ମହୋତ୍ସବ ଆୟୋଜନ କରାଯାଉଛି ।  ୨୮ ଫେବୃଆରୀରୁ ୬ ମାର୍ଚ୍ଚ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ଏହି ଉତ୍ସବର ଆୟୋଜନ କରାଯିବ ।

Related posts

ପଦ ପକ୍କା କଲେ ପ୍ରମୋଦ,ବ୍ରାଜିଲ ଯୋଡିକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରମୋଦ

mahabharatanews

ଫେଲ୍ ହେଲା ଋଷର ମୁନ୍ ମିଶନ୍

mahabharatanews

ନାନସୀ ପେଲୋସିଙ୍କ ଗସ୍ତକୁ ନେଇ ଦୁଇ ମହାଶକ୍ତି ମୁହାଁମୁହିଁ

mahabharatanews