ଭାରତ

ଉତ୍ତରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

 (ଉତ୍ତରପ୍ରଦେଶ) : ୨ଦିନିଆ ଗୁଜୁରାଟ ଏବଂ ଉତ୍ତରପ୍ରଦେଶର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଆଜି ନିଜ ଗସ୍ତର ଦ୍ୱିତୀୟ ଦିନରେ ଉତ୍ତରପ୍ରଦେଶରେ ଅଛନ୍ତି। ଏଠାରେ ଅନେକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ ସେ ୧୩,୦୦୦କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ମୋଦି ଉତ୍ତରପ୍ରଦେଶର ନିଦ ନିର୍ବାଚନ ମଣ୍ତଳି ବାରାଣାସୀରେ ପହଞ୍ଚିଛନ୍ତି।

ସୂଚନାନୁଯାୟୀ , ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଛାତ୍ରମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ମୋଦି କହିଛନ୍ତି, କାଶୀର ପରିଚୟକୁ ଯୁବ ପିଢି ଦାୟିତ୍ୱର ସହ ସଶକ୍ତ କରୁଛନ୍ତି। ‘ଯେଉଁ କାଶୀକୁ ସମୟଠାରୁ ମଧ୍ୟ ପୁରାତନ ବୋଲି କୁହାଯାଏ, ଏହାର ପରିଚୟକୁ ସୁଦୃଢ କରିବା ପାଇଁ ଏଠିକାର ଯୁବପିଢି ଦାୟିତ୍ୱର ସହ ସଶକ୍ତ କରୁଛି । ଏହି ଦୃଶ୍ୟ ମୋତେ ଖୁସି ଦିଏ , ଗର୍ବିତ କରିବା ସହ ଯୁବକମାନଙ୍କୁ ଆତ୍ମବିଶ୍ୱାସ ମଧ୍ୟ ଯୋଗାଇଥାଏ । ଏହା ଆମେ ଦେଶକୁ ନୂତନ ଉଚ୍ଚତାକୁ ନେଇଯିବା । ଏହି ଅବସରରେ ପ୍ରଧାନମନ୍ତ୍ରୀ ସଂସଦ ସଂସ୍କୃତ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ।

Related posts

ଚିନ୍ତା ବଢାଇଲାଣି ମଙ୍କିପକ୍ସ; ଦିଲ୍ଲୀରେ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ

mahabharatanews

ଅଲ ଇଂଲଣ୍ଡ ସୁପର ୧୦୦ ବ୍ୟାଡମିଣ୍ଟନ ଟାଇଟଲ ହାସଲ ନେଇ ମଉଳିଲା ଲକ୍ଷ୍ୟଙ୍କ ସ୍ୱପ୍ନ

mahabharatanews

ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁ ହୁତୁ ହୋଇ ଜଳିଲା ଏସି ବଗି, ଜୀବନ୍ତ ଜଳିଗଲେ ଯାତ୍ରୀ

mahabharatanews