ଓଡିଶା

କମ୍ବିଂ ବେଳେ ମହିଳା ମାଓ କ୍ୟାଡରଙ୍କ ମୃତ୍ୟୁ

କନ୍ଧମାଳ: ମହିଳା କ୍ୟାଡର ମାଓବାଦୀ ନିହତ । କନ୍ଧମାଳରେ ନକ୍ସଲ ଅପରେସନ୍ ଚାଲିଥିବା ବେଳେ ପୁଲିସ ଗୁଳିରେ ଜଣେ ମହିଳା ମାଓ କ୍ୟାଡରର ମୃତଉ୍ୟ ନେଇ ସୂଚନା ଦେଇଛନ୍ତି ପୁଲିସ୍‌ ଡିଜି ଅଭୟ । କନ୍ଧମାଳ ଗୋଚ୍ଛାପଡା ଥାନା ଅଧୀନ ଏସଓଜି ଓ ଡିଭିଏଫ ପକ୍ଷରୁ କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ପକ୍ଷରୁ ପ୍ରବଳ ଗୁଳିଚାଳନା କରାଯାଇଥିଲା । ଫଳରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ମଧ୍ୟ ଜବାବୀ ଗୁଳିମାଡ ହୋଇଥିଲା । ଏଥିରେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଡିଜିପି ସୂଚନା ଦେଇଛନ୍ତି । ଏହି ସୂଚନା ଦେବା ସହ ମାଓବାଦୀଙ୍କୁ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଡିଜିପି ଆହ୍ୱାନ ଦେଇଛନ୍ତି ।
ମାଓବାଦୀଙ୍କ ଆକ୍ରମଣର ପ୍ରତିଆକ୍ରମଣ ଏସଓଜି ଓ ଡିଭିଏଫ୍‌ ପକ୍ଷରୁ କରାଯିବାରୁ ମାଓବାଦୀମାନେ ସେଠାରୁ ପଳାଇଯାଇଥିଲେ । ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ହୋଇଥିବା ସର୍ଚ୍ଚ ସମୟରେ ମହିଳା ମାଓବାଦୀଙ୍କ ମୃତଦେହ ଠାବ ହୋଇଥିଲା । ମୃତ କ୍ୟାଡରର ପରିଚୟ ମିଳିପାରି ନ ଥିବା ବେଳେ ଘଟଣାସ୍ଥଳରୁ ଗୁଳି ଓ ୨ ବନ୍ଧୁକ ଜବତ ହୋଇଛି। ସେଠାରେ କମ୍ବି ଅପରେସନକୁ ଜୋରଦାର କରାଯାଇଛି ।

SR

 

Related posts

ହିଞ୍ଜିଳି ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ଅଙ୍ଗନୱାଡି କର୍ମୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

mahabharatanews

ଧାନକଟା ମେସିନ ଓଲଟି ୨ ଯୁବକଙ୍କ ମୃତ୍ୟୁ

mahabharatanews