ଓଡିଶାପର୍ବ ପର୍ବାଣି

ମା ହିଙ୍ଗୁଳା ଙ୍କ ପୀଠ ରେ ଲକ୍ଷାଧିକ ଭକ୍ତ ଙ୍କ ସମାବେଶ।

ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ସୁହାଗ ପୁରାରେ ଅବସ୍ଥିତ ମା ହିଙ୍ଗୁଳା ଙ୍କ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏଠାରେ ପ୍ରଥମେ ଅସ୍ଥାୟୀ ମନ୍ଦିରରେ ମା ପୂଜା ପାଉଥିବାବେଳେ ସମୟ କ୍ରମେ ଆଜି ଏକ ଭବ୍ୟ ମନ୍ଦିର ଶାଳ ଜଙ୍ଗଲ ମଧ୍ୟରେ ମା ପୂଜା ପାଉଛନ୍ତି କ୍ଷ ଏଠାରେ ପ୍ରତେକ ଦିନ ମା ଙ୍କ ର ପୂଜା ଅନୁଷ୍ଠିତ ହୋଇଥାଏ ଏହାରି ମଧ୍ୟରେ ଆଜି ମାଙ୍କ ର ବାର୍ଷିକ ବଡ ପୂଜା ଆଜି ଅନୁଷ୍ଠିତ ହୋଇଛି । ମା ଙ୍କ ର ଦର୍ଶନ ପାଇଁ ଆଜି ଲକ୍ଷାଧିକ ଭକ୍ତ ଙ୍କ ସମାବେଶ ହୋଇଛି କ୍ଷ ଯେଉଁସବୁ ଭକ୍ତ ଏଠାକୁ ଆସୁଛନ୍ତି ସେମାନେ ମନରେ ଆଶା ଓ ବିଶ୍ୱାସ ରଖି ମା ଙ୍କ ପାଖକୁ ଧାଇଁ ଆସିଛନ୍ତି । କିଏ ହାତରେ ନଡ଼ିଆ ଧରିଛି ତ ଆଉ କିଏ କଦଳୀ କାନ୍ଧି ଧରିଛି କ୍ଷ ଆଉ କିଏ ଘର ର କୁଟା କୁ ଆଣି ଅଗ୍ନି କୁଣ୍ଡ ରେ ନିଜର ମାନିସିକ ପୁରଣ ପାଇଁ ସମର୍ପଣ କରୁଛନ୍ତି କ୍ଷ ବିଶେଷ କରି କଦଳୀ ନଡ଼ିଆ ଓ ଘର ର କୁଟା ଅଗ୍ନି କୁଣ୍ଡରେ ପକାଇଲେ ପରିବାର ର ଦୁଃଖ ଦୂର ହୁଅ ବୋଲି ବିଶ୍ୱାସ ରିହିଛି କ୍ଷ ସେଇଥିପାଇଁ ମା ଙ୍କର କରୁଣା ଆଜି ଏକାଧିକ ଶ୍ରଦ୍ଧାଳୁ ମାନଙ୍କୁ ଏଠାକୁ ଟାଣି ଆଣିଛି କ୍ଷ ଆଜି ଏହି ପୀଠରେ ମା ଙ୍କର ଦର୍ଶନ କରିବା ସହ ଦୀପ ଜାଳି ବଟବୃକ୍ଷ ରେ ମା ମାନେ ନିଜର ମାନଷିକ ବ୍ରତ ବାନ୍ଧିଥିବା ନଜର ରହିଛି । ଏହି ପରିକି ଯେଉଁମାନଂକର ମାନସିକ ପୂର୍ବରୁ ପୁରଣ ହୋଇଥାଏ ସେମାନେ ମଧ୍ୟ ମା ହିଙ୍ଗୁଳା ଙ୍କ ପାଖରେ ଆସି ନିଜର ପୂଜା ସମର୍ପଣ କରିଥାନ୍ତି । ମା ଙ୍କର ଏହି ପୂଜା ଗୋଟିଏ ଦିନ ପାଇଁ ପାଳନ ହେଉଥିବାବେଳେ ଏଠାରେ ବିଭିନ୍ନ ବ୍ୟବସାୟୀ ସେମାନଙ୍କର ବ୍ୟବସାୟିକ ପସରା ମେଲାଇଥିବା ନଜର ରହିଛି । ଏହି ବଡ ଦିନରେ କେବଳ ମୟୁରଭଞ୍ଜରୁ ନୁହେଁ ବାଲେଶ୍ୱର . ଭଦ୍ରକ , କଟକ ଏବଂ ଭୁବନେଶ୍ୱର ଭଳି ସହରରୁ ମଧ୍ୟ ଭକ୍ତ ଆସିଥିବା ଦେଖିବାକୁ ମିଳିଛି ।

Related posts

ବହଳଦା ସତସଙ୍ଗ ବିହାର ଆନୁକୁଲ୍ୟରେ ୩୦ ୟୁନିଟ ରକ୍ତ ସଂଗ୍ରହ

mahabharatanews

ଆସନ୍ତାକାଲି ଭୋଟ ଗଣତି

mahabharatanews

ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

mahabharatanews