ଓଡିଶା

ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

(ମହାଭାରତ ): ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିବ ।
ସଞ୍ଜୟଙ୍କ ଦକ୍ଷତା ଓ ଦଳ ପ୍ରତି ଆନୁଗତ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ପଦବୀ ମିଳିଛି । ଯଦିଓ ସେ ରାଜ୍ୟସଭା ପଦ ଦୌଡରେ ରହିଥିଲେ ତେବେ ତାଙ୍କର ସାଙ୍ଗଠନିକ ଦକ୍ଷତା ଦଳ ପାଇଁ ଅନେକ କ୍ଷେତ୍ରରେ ଆବଶ୍ୟକତା ରହିଥିବାରୁ ତାଙ୍କୁ ଦିଲ୍ଲୀ ପଠାଇବା ସପକ୍ଷରେ ନାହିଁ ଦଳ ।
ନୂଆ ଦାୟିତ୍ୱ ମିଳିବା ପରେ ଶ୍ରୀ ଦାସବର୍ମା କହିଛନ୍ତି ଯେ ଯୋଜନା ବୋର୍ଡକୁ ନୂଆ ରୂପ ଦିଆଯିବ। ସେ କହିଛନ୍ତି, “ଯୋଜନା ବୋର୍ଡକୁ କିପରି ଅଧିକ କ୍ରିୟାଶୀଳ କରି ହେବ ସେ ନେଇ ଆଲୋଚନା କରିବି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବି ଆଲୋଚନା କରିବି। ଏହାକୁ ଆପଣମାନେ ଏକ ନୂଆ ରୂପ ଓ କଳେବରରେ ଦେଖିବାକୁ ପାଇବେ।”
ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ସେ ହାରି ଯାଇଥିଲେ। ବ୍ରହ୍ମଗିରି ଆସନରୁ ବିଜେଡି ଟିକେଟ୍‌ରେ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ଦାସବର୍ମା ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଠାରୁ ପରାସ୍ତ ହୋଇଥିଲେ।

Related posts

ଲକ୍ ଡାଊନ୍ ଅବମାନନାକାରୀଙ୍କ ଉପରେ ପୋଲିସର କଠୋର କାର୍ଯ୍ୟାନୁଷ୍ଠା

mahabharatanews

ଆଜି ୧୨ ଘଣ୍ଟିଆ କୋରାପୁଟ  ବନ୍ଦ 

mahabharatanews

ଜାମିନରେ ଆସି ଗଣଦୁଷ୍କର୍ମ ପୀଡିତାଙ୍କ ଦେହରେ ନିଆଁ ଲଗାଇଲେ ଅଭିଯୁକ୍ତ

mahabharatanews