ଭାରତ

ଲକ୍ଷିକା ଡାଗରଙ୍କ ବଡ ସଫଳତା ; ନ୍ୟୁଜ ଆଙ୍କରରୁ ଏବେ ଗାଁ ସରପଞ୍ଚ

ମଧ୍ୟପ୍ରଦେଶ : ମାତ୍ର ୨୧ ବର୍ଷ ବୟସରେ ନ୍ୟୁଜ ଆଙ୍କରରୁ ଗାଁ ସରପଞ୍ଚ  ।  ଏଭଳି ଘଟିଛି ମଧ୍ୟପ୍ରଦେଶର ଉଜ୍ଜୟନୀ ଜିଲ୍ଲାର ଲକ୍ଷିକା ଡାଗରଙ୍କ କ୍ଷେତ୍ରରେ  । ସେ ଗାଁ ର ସରପଞ୍ଚ ହୋଇଛନ୍ତି । ଚିନ୍ତାମନ ଜବାସିଆ ପଞ୍ଚାୟତର ସରପଞ୍ଚ ପାଇଁ ହୋଇଥିବା ନିର୍ବାଚନରେ ସେ ୪୮୭ ଖଣ୍ଟ ଭୋଟ ପାଇଁ ବିଜୟୀ ହୋଇଛନ୍ତି । ଏହା ପରେ ପରିବାର ସହ ଗାଁରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଚିନ୍ତାମନ ଜବାସିଆ ନିବାସୀ ଦିଲ୍ଲୀପ ଡାଗର ଜଣେ କେନ୍ଦ୍ରୀୟ ବ୍ୟାଙ୍କ କର୍ମଚାରୀ  ଦିଲ୍ଲୀପଙ୍କ ଝିଅ ଲକ୍ଷିକା ୮ ଜଣ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି । ଉଜ୍ଜୟିନୀ ସହରର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ପ୍ରୋଫେସନାଲ ଷ୍ଟଡିଜରୁ ସାମ୍ବାଦିକାତର ପଢା ଶେଷ କରିଛନ୍ତି ଲକ୍ଷିକା । ସେହିଭଳି ଜିଲ୍ଲାର ପ୍ରଥମ କମ୍ୟୁନିଟି ରେଡିଓ ସେଣ୍ଟର ରେଡିଓ ଦସ୍ତକ ୯୦.୮ ଏଫଏମରେ ରେଡିଓ ଜକି ଭାବେ ଲକ୍ଷିକା କାମକରିସାରିଛନ୍ତି ।

ତେବେ ସବୁଠାରୁ ବଡ କଥା ସ୍ଥାନୀୟ ନ୍ୟୁଜ ଚାନେଲରେ ସେ ଆଙ୍କର ଭାବେ କାମ ମଧ୍ୟ କରିସାରିଛନ୍ତି ।ବିଜୟୀ ହେବେ ପରେ ଲକ୍ଷିକା କହିଛନ୍ତି, ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛିା ସାରା ଗାଁ ମୋତେ ଆଶୀର୍ବାଦ ଏବଂ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କ ପାଖରେ ଆଭାରୀ ରହିଛି ।  ମୁଁ ଗାଁର ବିକାଶ କରି ମୋର ଋଣ ସୁଝିବାକୁ ଚାହୁଁଛି । ଏଠାରେ କୃଷକଙ୍କ ଅନେକ ସମସ୍ୟା ରହିଛି, ଜଙ୍ଗଲୀ ପଶୁ ଏଠାରେ ଫସଲ ନଷ୍ଟ କରିଥାନ୍ତି, ବର୍ଷା ଏବଂ କାକରରୁ ମଧ୍ୟ ଅନେକ ଫସଲ ନଷ୍ଟ ହୋଇଥାଏ । ଏଭଳି ସ୍ଥିତିରେ କୃଷକଙ୍କ ଋଣ ମୁକ୍ତ କରିବା ପାଇଁ କାମ କରିବି ।

ସାରାପଞ୍ଚାୟତ ଆଗରେ ସେ କହିଛନ୍ତି, ଆଗରୁ ପଞ୍ଚାୟତ ଅଫିସ ଖୋଲାରହୁନଥିଲା । ବର୍ତ୍ତମାନ ସବୁବେଳ ଖୋଲାରହିବ । ସମସ୍ତଙ୍କ ଅସୁବିଧା ଓ ସମସ୍ୟା ଶୁଣାଯିବ । ଏହାର ସମାଧାନ ପାଇଁ ପୂରା ଉଦ୍ୟମ ହେବ । ୫ ବର୍ଷରେ ଏଭଳି ପରିବର୍ତ୍ତନ ହେବ ଯେମିତି ଆଗକୁ ଯେଉଁମାନେ ଏଭଳି ସରପଞ୍ଚ ହେବେ ସେତେବେଳେ ସେମାନେ ଲକ୍ଷିକାଙ୍କ ଉଦାହରଣ ଦେବେ । ମଧ୍ୟପ୍ରଦେଶର ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଜୁନ ୨୫ରେ ଅନଷ୍ଠିତ ହୋଇଥିଲା । ଏଥିରେ ସଫଳତା ପାଇଛନ୍ତି ଲକ୍ଷିକା ଡାଗର ।

Related posts

ପାର୍ଥ ମୋ ଘରକୁ ମିନି ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ: ଅର୍ପିତା

mahabharatanews

ରହସ୍ୟରେ ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ମୃତ୍ୟ ଘଟଣା

mahabharatanews

ମଣିପୁର ଲଜ୍ଜ୍ୟା : ଭିଡିଓ କରୁଥିବା ବ୍ୟକ୍ତି ଗିରଫ 

mahabharatanews