ଓଡିଶା

ସୀମାନ୍ତରୁ ପୁଣି ଲ୍ୟାଣ୍ଡମାଇନ୍‌ ଜବତ

ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଜରେଇକେଲା ଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ସରଣ୍ଡା ଜଙ୍ଗଲରୁ ରବିବାର ସୁରକ୍ଷା ବାହିନୀ ପକ୍ଷରୁ ଗୋଟିଏ ପାଞ୍ଚ କେଜି ବିଶିଷ୍ଟ ଲ୍ୟାଣ୍ଡମାଇନ ଜବତ ହୋଇଛି। ସରଣ୍ଡା ଜଙ୍ଗଲରେ ପୁଲିସ ଏବଂ ସିଆର୍‌ପିଏଫ୍‌ ଯବାନଙ୍କ ପକ୍ଷରୁ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନକୁ ବିଫଳ କରିବା ପାଇଁ ସିଆର୍‌ପିଏଫ୍‌ ଯବାନମାନଙ୍କୁ ଟାର୍ଗେଟ୍‌ କରି ସରଣ୍ଡା ଜଙ୍ଗଲର ଟୋନ୍ତୋ ଠାରେ ଏହି ଲ୍ୟାଣ୍ଡମାଇନଟି ମାଓବାଦୀଙ୍କ ପକ୍ଷରୁ ଲଗା ଯାଇଥିଲା।ଚାଇବାସା ଏସ୍‌ପି ଆଶୁତୋଷ ଶେଖର କହିଛନ୍ତି ଯେ ନକ୍ସଲମାନଙ୍କ ବିରୋଧରେ ନିରନ୍ତର ସର୍ଚ୍ଚ ଅପରେସନ ଚାଲିଛି। ଯେଉଁଥିପାଇଁ ପୁଲିସ ଯବାନଙ୍କୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ନକ୍ସଲମାନଙ୍କ ଦ୍ଵାରା କ୍ରମାଗତ ଭାବରେ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ ଲଗାଯାଉଛି। ମାତ୍ର ପୁଲିସ ଏବଂ ସନ୍ଧାନୀ କୁକୁର ଟିମ୍‌ ଏହି ଲ୍ୟାଣ୍ଡମାଇନ ଗୁଡ଼ିକୁ ଜବତ କରିଚାଲିଛି।

Related posts

ରୋଗୀ ସ୍ଥାନାନ୍ତର ପାଇଁ ନୟାପଲ୍ଲୀରୁ ବିମାନବନ୍ଦର ପର୍ଯ୍ୟନ୍ତ ଗ୍ରୀନ କରିଡର

mahabharatanews

ବିଧାୟକଙ୍କ ଘରେ କାମ କରୁଥିବା ଶ୍ରମିକର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁ

mahabharatanews

ନାଳ ପାଣିରେ ପଶି  ପ୍ରତିବାଦ କଲେ ବିଧାୟକ ମହମ୍ମଦ ମୋକିମ

mahabharatanews