ଓଡିଶା

ଦୁଇ ଦିନ ମଧ୍ୟରେ ଭିତର ରତ୍ନଭଣ୍ଡାର ଯାଞ୍ଚ କରିବ ଏଏସ୍ଆଇ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ରତ୍ନ ଭଣ୍ଡାର ମରାମତି ହେବ । ସମସ୍ତ ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଭିତର କୋଠରୀରୁ ସ୍ଥାନାନ୍ତରିତ ହୋଇସାରିଛି। ଏହାପରେ ପ୍ରଥମେ ରତ୍ନଭଣ୍ଡାରର ଅନୁଧ୍ୟାନ କରିବ ଏଏସଆଇ ଟିମ୍ । ଆଗାମୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଭିତର ରତ୍ନ ଭଣ୍ଡାରର ଭିତର ଅଂଶକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ। ଏନେଇ  ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ପ୍ରଥମେ ରତ୍ନଭଣ୍ଡାରର ଅନୁଧ୍ୟାନ କରିବ ଏଏସଆଇ ଟିମ୍ । ଭଣ୍ଡାର ଭିତରର ସ୍ଥିତି ଦେଖିବା ପରେ ମରାମତି ପାଇଁ କେତେ ଦିନ ଲାଗିବ କେବେଠୁ ଆରମ୍ଭ ହେବ ସେନେଇ ଆଲୋଚନା ହେବ । ସମୟ ନିର୍ଘଣ୍ଟ କରାଯାଇ ସରକାରଙ୍କ ପକ୍ଷରୁ ଅନୁମତି ଆସିଲେ ମରାମତି କାମ ଆରମ୍ଭ ହେବ । ତେବେ ଅନୁଧ୍ୟାନ ପରେ ରତ୍ନ ଭଣ୍ଡାର ମରାମତି ନେଇ ସମୟ ଧାର୍ଯ୍ୟ କରାଯିବ’ ବୋଲି କହିଛନ୍ତି ଆଇନମନ୍ତ୍ରୀ ।

Related posts

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୯ଦଫା ଦାବୀପତ୍ର ପ୍ରଦାନ

mahabharatanews

 ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ରାଜସ୍ୱ ମନ୍ତ୍ରୀ

mahabharatanews

ପ୍ରେରଣା ଇଣ୍ଟରନ୍ୟାସନନାଲ ଗ୍ରୀନ ଆର୍ମିର ବିଶ୍ୱ ବଞ୍ଚାଅ ଅଭିଯାନ

mahabharatanews