bharatଭାରତ

Economic Survey 2024: ଚାକିରି ଛଡ଼ାଇନେବ ଏଆଇ

ଚାକିରି ଉପରେ ଏଆଇ ବିପଦ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା ଆସିବା ଦିନରୁ ନିଯୁକ୍ତି ହ୍ରାସକୁ ନେଇ ଚର୍ଚ୍ଚା ହେଉଛି। ଏହି କୃତ୍ରିମ ଉଦ୍ଭାବନ ମାନବର ଉଭୟ ଶାରୀରିକ ଏବଂ ସୃଜନାତ୍ମକ ଆବଶ୍ୟକତାକୁ ପୂରଣ କରିପାରିବାର କ୍ଷମତା ରଖିଛି। ଆଉ ଏହି କ୍ଷମତା ଯେ ଧୀରେ ଧୀରେ ମଣିଷର ବୃତ୍ତି ଛଡ଼ାଇ ନେବ ତା’ର ଆଶଙ୍କା କରାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏଆଇକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ଦ୍ୱାରା ପ୍ରସ୍ତୁତ ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପନ କରିଛନ୍ତ ନିର୍ମଳା ସୀତାରମଣ । ସର୍ଭେ ଅନୁସାରେ ରୋଜଗାର ଉପରେ ପ୍ରଭାବ ପକାଇବ ଏଆଇ ।

ଏଆଇ ପାଇଁ ଅନେକ ଲୋକ ଚାକିରି ହରାଇବାର ଆଶଙ୍କା ରହିଛି । ଏହାର ଲାଭକାରୀ ଗୁଣକୁ ନେଇ ଅନେକ ଉତ୍ସାହିତ ଥିବାବେଳେ ଆଉ ଏକ ବର୍ଗ ଏହାର ନକାରାତ୍ମକ ଦିଗକୁ ନେଇ ଚିନ୍ତିତ ଅଛନ୍ତି ।ଏହା ଦ୍ବାରା କେବଳ ଯେ ଗୋଟିଏ ବର୍ଗ ନୁହନ୍ତି, ବରଂ ଅଳ୍ପ କୁଶଳୀ, ଅର୍ଦ୍ଧକୁଶଳୀ ଓ ଉଚ୍ଚକୁଶଳୀ ସବୁ ପ୍ରକାରର କର୍ମଚାରୀମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି । ଆଗାମୀ ସମୟରେ ଏଆଇ ପାଇଁ ଅନେକ ଲୋକଙ୍କୁ ଚାକିରି ମିଳିବ ନାହିଁ ।

କୃତ୍ରିମ ବୁଦ୍ଧିମତ୍ତାର ବ୍ୟାପକ ବଜାର ପ୍ରବେଶ ଫଳରେ ଏବେ ହଜାର ହଜାର ଲୋକ ନିଜର ଜୀବିକା ହରାଇବାକୁ ଯାଉଛନ୍ତି। ଶିକ୍ଷକତା, ଲେଖକ, ପରିଚାଳକ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ଅନେକ ଲୋକ ଏଥିରେ ପ୍ରଭାବିତ ହେବେ। ମୋଟ୍ ଉପରେ ଲୋକ ସିଧାସଳଖ କାମ ଏବଂ ଜ୍ଞାନ କୃତ୍ରିମ ବୁଦ୍ଧିମତ୍ତା ବିଶିଷ୍ଟ ଆପ୍ କିମ୍ବା ସଫ୍ଟୱେରଠାରୁ ହାସଲ କରିନେବେ ଏବଂ ଏଥିପାଇଁ ଆଉ ମାଧ୍ୟମର ଆବଶ୍ୟକତା ରହିବ ନାହିଁ।

ଏହା ଦେଶର ଦେଶର ଅଭିବୃଦ୍ଧି ପଥରେ ଏକ ବଡ଼ ପ୍ରତବନ୍ଧକ ସୃଷ୍ଟି କରିବ । ବିପଦର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଘରୋଇ କ୍ଷେତ୍ର ମଧ୍ୟରେ ସହଯୋଗିତା ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି ।

Related posts

 ୧୪ରୁ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ 

mahabharatanews

ଅସୁସ୍ଥ ହେଲେ ବିଗ ବି

mahabharatanews

 ଅପରାହ୍ନ ୪ଟାରେ ଆହୁରି ନିକଟତ ହେବ ଚନ୍ଦ୍ରଯାନ -୩ 

mahabharatanews