ମନୋରଞ୍ଜନ

୨୧ରେ ଓଟିଟି ପ୍ଲାଟଫର୍ମରେ  ଫିଲ୍ମ ‘ଲିଓ’

(ମୁମ୍ବାଇ) : ଥଲାପଥି ବିଜୟଙ୍କ ଫିଲ୍ମ ‘ଲିଓ’ ହଲରେ ଭିଡ଼ ସୃଷ୍ଟି କରିଛି । ସିନେପ୍ରେମୀଙ୍କୁ ବେଶ୍ ପସନ୍ଦ ଆସୁଛି ସାଉଥ୍ ସୁପରଷ୍ଚାରଙ୍କ ଆକ୍ସନ ଅବତାର । ଏହି ତାମିଲ ଚଳଚ୍ଚିତ୍ର ରିଲିଜ ହେବା ମାତ୍ରେ ବକ୍ସଅଫିସରେ କରୁଛି ରାଜ୍ । ଅକ୍ଟୋବର ୧୯ରେ ସାରା ବିଶ୍ୱରେ ମୁକ୍ତିଲାଭ କରିଥିବା ‘ଲିଓ’ ଏବଂ ଆଜିକା ତାରିଖରେ ରେକର୍ଡ ସୃଷ୍ଚି କରିଛି ଏହି ଫିଲ୍ମ । ଫିଲ୍ମ ଲିଓର OTT ରିଲିଜ୍ ତାରିଖ ମଧ୍ୟ ପ୍ରକାଶ ପାଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଏହି ଫିଲ୍ମ ନଭେମ୍ବର ୨୧ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି ।

ସୂଚନାନୁଯାୟୀ , ରିଲିଜର ମାତ୍ର ୬ଦିନ ମଧ୍ୟରେ ଅଭିନେତା ବିଜୟଙ୍କ ଫିଲ୍ମ ୫୦୦କୋଟିର କ୍ଲବରେ ପ୍ରବେଶ କରିଛି। ଏହା ସହ ଲିଓ ବିଜୟଙ୍କ କ୍ୟାରିୟରର ସବୁଠୁ ବଡ ଚଳଚ୍ଚିତ୍ର ବୋଲି ପ୍ରମାଣିତ କରିଛନ୍ତି। ‘ଲିଓ’ର ଷ୍ଟାର କାଷ୍ଟ ବିଷୟରେ କହିବା ପାଇଁ ଗଲେ ବିଜୟ ଥଲାପଥି ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଯେଉଁଥିରେ ସଞ୍ଜୟ ଦତ୍ତ ଭିଲେନ ଭୂମିକାରେ ଅଭିନୟ କରିଛନ୍ତି ।

Related posts

୧୦୦କୋଟି କ୍ଲବରେ ସାମିଲ ହେଲା ‘ସତ୍ୟପ୍ରେମ କି କଥା’

mahabharatanews

 ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା

mahabharatanews

ଅଯୋଧ୍ୟାରେ ଉପହାର ଦେଖି କାନ୍ଦିଲେ ରାମ

mahabharatanews