(ଭୁବନେଶ୍ୱର) : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି । ଆସନ୍ତା ଜାନୁଆରୀ ମାସରେ ନନ୍ଦନକାନନକୁ ଦୁବାଇ ଚିଡ଼ିଆଖାନାରୁ ଆସିବେ ଚିତା ଓ ଧଳା ସିଂହ । ଦୁବାଇ ଚିଡ଼ିଆଖାନାରୁ ପ୍ରାଣୀ ବଦଳ ପ୍ରକ୍ରିୟାରେ ଆସିବ ।
ସୂଚନାନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ନୂଆ ଅତିଥି । ୨ଟି ୱାଲାବି ଓ ୨ଟି ଲିଭିଂଷ୍ଟୋନ ଟୁରାକୋ ଆସିଛନ୍ତି । ପ୍ରାୟ ୩୫ବର୍ଷ ପରେ ଦୁଇ ୱାଲାବି ଆସିଛନ୍ତି ଯାହା ମଧ୍ୟରୁ ଗୋଟିଏ ଅଣ୍ତିରା ଓ ଗୋଟିଏ ମାଈ ଥିବା ନେଇ ସୂଚନା ରହିଛି । ଆଲିପୁର ଚିଡ଼ିଆଖାନାରୁ ଆଉ ଏକ ଜିରାଫ ଅଣାଯିବ । ଚିତା, ସିଂହ, ଜିରାଫ ଆସିବା ନେଇ PCCF ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ତେବେ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଏହି ନୂଆ ଜୀବଜନ୍ତୁ ଅଣାଯାଇଛି ।