ଭାରତ

ବ୍ରଶ କରିବା ପରେ ଚାଲିଗଲା ଜୀବନ

(ମୁମ୍ବାଇ) ; ଟିକିଏ ଭୁଲ ପାଇଁ ଚାଲିଗଲା ଜିବନ । ଆମେ ସମସ୍ତେ ସକାଳୁ ଉଠିବା ସହ ନିତ୍ୟ କର୍ମ ସବୁ ସାରୁ ଆଉ ବ୍ରଶ ମଧ୍ୟ କରିଥାଉ । ଥରେ ଭାବିଲେ ବ୍ରଶ କରିବା ପରେ ଜୀବନ ମଧ୍ୟ ଯାଇପାରେ । ଆପଣ ଟିକେ ଚିନ୍ତାରେ ପଡିଯାଇଥିବେ । ଏମିତି ଏକ ଘଟଣା ଘଟିଛି କି ଜଣେ ୧୮ ବର୍ଷର ଯୁବତି ବ୍ରଶ କରିବା ପରେ ସେ ମେଡିକାଲରେ ଭର୍ତ୍ତୀ ହୋଇଥିଲେ ଆଉ ସେଠାରେ ତାଙ୍କର ଚାଲିଗଲା ଜୀବନ । ଏମିତି ଏକ ଅବାବନୀୟ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇର ଦରାବୀ ଅଞ୍ଚଳରେ । ପୋଲିସ ଅନୁସାରେ ଘଟଣାଟି ସେପ୍ଟେମର ୩ରେ ଯୁବତୀଙ୍କ ଘରେ ଘଟିଥିଲା। ମୃତକଙ୍କ ନାଁ ଅଫସାନା ଖାନ ବୋଲି ଜଣାପଡ଼ିଛି। ସବୁ ଦିନ ପରି ସେଦିନ ଅଫସାନା ସକାଳେ ବ୍ରଶ୍ କରିବାକୁ ବାହାରିଥିଲେ। କିନ୍ତୁ ଭୁଲବଶତଃ ଟୁଥପେଷ୍ଟ ବଦଳରେ ରେଟ କିଲର ପେଷ୍ଟ ବ୍ୟବହାର କରିଦେଇଥିଲେ। ବିଷ ଗନ୍ଧ ହେବାରୁ ସେ ଜାଣିପାରି ନିଜ ପାଟିକୁ ସଫା କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ବାଥରୁମରେ ତାଙ୍କ ମୁଣ୍ଡ ବୁଲାଇଥିଲା। ଘର ଲୋକେ ଗାଳି କରିବେ ଭାବି କହାକୁ କିଛି କହିନଥିଲେ। ସେ କିଛି ଔଷଧ ଆଣି ଖାଇଥିଲେ ସୁଦ୍ଧା ତାଙ୍କ ପେଟ ବ୍ୟଥା ହେବା ସହ ଅସହ୍ୟ ଯନ୍ତ୍ରଣା ହୋଇଥିଲା। ଏନେଇ ପରିବାର ଲୋକେ ଜାଣିବା ପରେ ୩ଟି ଘରୋଇ ଏବଂ ସରକାରୀ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା। ମାଙ୍କ ପାଟିକରିବା ପରେ ସେ ସତ ମାନିଥିଲେ। ପରିବାର ଲୋକେ ସେପ୍ଟେମ୍ବର ୧୨ରେ ତାଙ୍କୁ ଜେଜେ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ଡାକ୍ତରଙ୍କ ଶତ ଚେଷ୍ଟା ପରେ ସେହିଦିନ ସନ୍ଧ୍ୟାରେ ଅଫସାନାଙ୍କ ମୃତ୍ୟୁ ହୋଇଯାଇଥିଲା। ପୋଲିସ ଏନେଇ ଏକ ଅମମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।

Related posts

ବିଷାକ୍ତ ମଦ ରୋକିବା ପାଇଁ ଦିଆଯିବ ସ୍ୱାସ୍ଥ୍ୟକର ଦେଶୀ ମଦ: ପଞ୍ଜାବ ମୁଖ୍ୟମନ୍ତ୍ରୀ

mahabharatanews

ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ

mahabharatanews

ହରିୟାଣା ହିଂସାକାଣ୍ଡ :  ୧୪୪ ଧାରା ଲାଗୁ ସହ  ୨ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

mahabharatanews