ଭାରତ

ବନ୍ୟାରେ ଉବୁଟୁବୁ ପଶ୍ଚିମ ଭାରତ

ନୂଆଦିଲ୍ଲୀ : ପଶ୍ଚିମ ଭାରତରେ ବନ୍ୟା ବିତ୍ପାତ। ପ୍ରବଳ ବର୍ଷାରେ ଗୁଜରାଟ, ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକ ଓ ମଧ୍ୟପ୍ରଦେଶର ବନ୍ୟାର ପ୍ରକୋପ ଦେଖାଦେଇଛି । ଗୁଜରାଟରେ ସବୁଠାରୁ ଦୟନୀୟ ସ୍ଥିତି ଉପୁଜୁଛି । ବର୍ଷା ଓ ବନ୍ୟାରେ ୨୪ ଘଣ୍ଟାରେ ଗୁଜରାଟରେ ୭ଜଣଙ୍କ ମୃତ୍ୟୁ ଘଟିଛି। ମୂଷଳାଧାର ବର୍ଷାରେ ବିଭିନ୍ନ ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ସହ ଡ୍ୟାମଗୁଡ଼ିକରୁ ବନ୍ୟା ଜଳ ଉଛୁଳିବା ଦେଖାଯାଇଛି। ବିଭିନ୍ନ ସହରରେ ରାସ୍ତା, ଘାଟରେ ସୃଷ୍ଚି ହୋଇଛି ବନ୍ୟାର ଭ୍ରମ। ୯ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ୪୬୮ ଜଣଙ୍କୁ ଉଦ୍ଧାର କରାଯାଇଛି। ଅହମଦାବାଦ ସହରରେ ଗତକାଲି ରାତିରେ ୨୧୯ ମିମି ବୃଷ୍ଟିପାତ ହୋଇଛି।

ଅନେକ ଜନବସତି, ଅଣ୍ଡର ପାସ ଓ ରାସ୍ତାରେ ଜମି ରହିଛି ପାଣି । ଦକ୍ଷିଣ ଗୁଜରାଟ, ଡାଙ୍ଗ୍‌, ନଭସାରୀ, ତାପି ଓ ଭଲ୍‌ସାଡ ଏବଂ କେନ୍ଦ୍ର ଗୁଜରାଟର ପଞ୍ଚମାହଲ, ଛୋଟ ଉଦୟପୁର ଓ ଖେଡାରେ ସ୍ଥିତି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟରେ ମୁତୟନ ହୋଇଛନ୍ତି ଉଭୟ ଏନଡିଆରଏଫ ଓ ଏସଡିଆରଏଫର ୧୮ ପ୍ଲାଟୁନ ଲେଖାଏଁ ଫୋର୍ସ । ଆଗାମୀ ୫ଦିନ ପାଇଁ ପ୍ରବଳ ବର୍ଷାର ଚେତାବନୀ ଥିବାରୁ ସ୍ଥିତି ସଙ୍ଗୀନ ପାଲଟିବା ଅନୁମାନ କରାଯାଇଛି ।

ମହାରାଷ୍ଟ୍ରରେ ବି ପ୍ରବଳ ବର୍ଷାରେ ସ୍ଥିତି ବେହାଲ । ମୁମ୍ବାଇ ଉପକୂଳରେ ସୁଉଚ୍ଚ ଜୁଆର ଉଠିବାର ସମ୍ଭାବନା ଥିବାରୁ ସାଧାରଣ ଲୋକଙ୍କୁ ମେରାଇନ ଡ୍ରାଇଭରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ପୁନେରେ ପ୍ରବଳ ବର୍ଷାରେ ଜଳମୟ ହୋଇଛି ସହର। କୋହ୍ଲାପୁର, ପାଲଘର, ନାସିକ ଓ ରତ୍ନଗିରି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

Related posts

 ଜି-୨୦ ସମ୍ମିଳନୀ: ୧୦ ଯାଏଁ ସ୍କୁଲ୍‌ ଏବଂ ସରକାରୀ ଅଫିସ ବନ୍ଦ 

mahabharatanews

ମିକ୍ରନ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପୁଣି ଫେରିବ କି ଲକଡାଉନ

mahabharatanews

ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

mahabharatanews