ଓଡିଶା

ଲିଙ୍ଗରାଜଙ୍କ ନିକଟରେ ଲାଗି ହେଲା ଭୋଗ

(ଭୁବନେଶ୍ୱର)  : ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଲାଗି ହେଲା ଭୋଗ । ତିନି ଦିନ ଉପବାସରେ ରହିବା ପରେ  ଲିଙ୍ଗରାଜଙ୍କ ନିକଟରେ ଲାଗି ହୋଇଛି ଭୋଗ । ଭକ୍ତ ଆଡ଼କାଠ ନିକଟରେ ଭୋଗ ଲଗାଇ ଫେରୁଥିଲେ । ବିବାଦ ସମାଧାନ ପାଇଁ ଗତକାଲି ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିନଥିଲା । ତିନି ନିଯୋଗଙ୍କ ସହ ଆଲୋଚନା କରି ବିବାଦର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ବିବାଦର ସମାଧାନ ନ ହେବାରୁ ଦୁଇ ନିଯୋଗ ଟ୍ରଷ୍ଟବୋର୍ଡରୁ ଇସ୍ତଫା ଦେବା ସହ ନୀତି କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।

ସୂଚନାନୁଯାୟୀ , ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବିବାଦ ମାମଲାରେ ଟ୍ରଷ୍ଟବୋର୍ଡରୁ ଇସ୍ତଫା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ଏବଂ ପୂଜାପଣ୍ଡା ନିଯୋଗ । ଏହା ପରେ ଆରମ୍ଭ ହେଲା ନୀତିକାନ୍ତି । ନୀତି ଆରମ୍ଭ କଲେ ପୁଜା ପଣ୍ଡା ଓ ବ୍ରାହ୍ମଣ ନିଯୋଗ । ଜମି ବିବାଦ ନେଇ ଆଇନର ଆଶ୍ରୟ ନେବେ ପୁଜା ପଣ୍ଡା ଓ ବ୍ରାହ୍ମଣ ନିଯୋଗ । ଜମି ବିବାଦର ସମାଧାନର ପାଇଁ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା । ଗତ ତିନିଦିନ ଧରି ବିବାଦ ଲାଗିରହିଥିବାବେଳେ ଉପବାସରେ ଥିଲେ ପ୍ରଭୁ  ।

Related posts

ଜାତିସଂଘର ଜନସେବା ପୁରସ୍କାରରେ ମୋ ବସ୍ ପୁରସ୍କୃତ

mahabharatanews

ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର 

mahabharatanews

ଅନଲକ୍-୪ ପାଇଁ ଗାଇଡଲାଇନ ଜାରି: ସଟ୍ ଡାଉନ ହଟିଲା, ବନ୍ଦ ରହିବ ଶିକ୍ଷାନୁଷ୍ଠାନ

mahabharatanews