ଅପରାଧଭାରତ

ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡରେ ହତ୍ୟାକାରି ଖୋଲିଲେ ମୁହଁ ବନ୍ଧାହେବ ମାଷ୍ଟରମାଇଣ୍ଡ !

ପଶ୍ଚିମବଙ୍ଗ ରାଜନୀତିରେ ଆଲୋଡନ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀଙ୍କ ଅତି ନିକଟତର ସହଯୋଗୀ ତଥା ପୂର୍ବତନ ବାୟୁସେନା କର୍ମଚାରୀ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏହି ହାଇ-ପ୍ରୋଫାଇଲ୍ ମାମଲାରେ ପୋଲିସ ଉତ୍ତରପ୍ରଦେଶ ଏବଂ ବିହାରର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Suvendu Adhikari's PA shot dead in Madhyamgram - NORTHEAST NOW

ପଶ୍ଚିମବଙ୍ଗ ନିର୍ବାଚନର କିଛି ଦିନ ପରେ ଚନ୍ଦ୍ରନାଥ ରଥଙ୍କୁ ହତ୍ୟା କରାଯିବା ପରେ ପୂରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଶାସକ ଦଳ ଟିଏମସି ଏବଂ ବିରୋଧୀ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଥିଲା । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଉପରେ ପ୍ରବଳ ଚାପ ରହିଥିଲା । ଶେଷରେ ଟେକ୍ନିକାଲ୍ ସର୍ଭେଲାନ୍ସ ଏବଂ ଗୁଇନ୍ଦା ସୂଚନା ଆଧାରରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଲଗାତାର ଛାନଭିନ୍ ଆରମ୍ଭ କରିଥିଲା ଆଉ ରାଜ୍ୟ ବାହାରେ ଡେରା ପକାଇଥିଲା । ଏହି ସମୟରେ ଜଣେ ଅପରାଧୀର ଗୋଟିଏ ‘ଡିଜିଟାଲ୍ ଭୁଲ୍’ ପୋଲିସ ଟିମ୍ ପାଇଁ ବରଦାନ ସାଜିଥିଲା । ପୋଲିସ ଟିମ୍ ଲଗାତାର ଚଢ଼ାଉ କରି ପଡ଼ୋଶୀ ରାଜ୍ୟ ବିହାର ଏବଂ ଉତ୍ତରପ୍ରଦେଶରୁ ୩ ଜଣ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛି । ଗିରଫଦାରୀକୁ ଏଡ଼ାଇବା ପାଇଁ ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିଲେ । ପୋଲିସର ମାରାଥନ୍ ଜେରା ପରେ ହିଁ ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ପଛର ପ୍ରକୃତ ମାଷ୍ଟରମାଇଣ୍ଡର ଚେହେରା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

Suvendu Adhikari aide shot dead as post-poll violence rocks Bengal |  Kolkata News - The Indian Express

ତେବେ ହେପାଜତକୁ ନିଆଯାଇଥିବା ସନ୍ଦିଗ୍ଧମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ହେଉଛି ରାଜ ସିଂ । ସୂଚନା ଅନୁଯାୟୀ, ରାଜ ସିଂ ମୂଳତଃ ବଲିଆର ବାସିନ୍ଦା ହୋଇଥିବା ବେଳେ ସେ ବିହାରର ବକ୍ସର ଅଞ୍ଚଳରେ ରହୁଥିଲା । ହତ୍ୟାକାଣ୍ଡ ପରେ ସେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆତ୍ମଗୋପନ କରିଥିଲା । କୋଲକାତା ପୋଲିସ  ଏବଂ ଅଯୋଧ୍ୟା ପୋଲିସର ଏକ ମିଳିତ ଅପରେସନରେ ତାକୁ କାବୁ କରାଯାଇ କୋଲକାତା ଅଣାଯାଇଛି । ଏହି ପେସାଦାର ହତ୍ୟାକାଣ୍ଡର ତଦନ୍ତ କରୁଥିବା ବେଳେ ପୋଲିସକୁ ଏକ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିଲା । ହତ୍ୟା ପୂର୍ବରୁ ଅପରାଧୀମାନେ ବ୍ୟବହାର କରୁଥିବା କାର୍ ଯେତେବେଳେ କୋଲକାତାର ବାଲି ଟୋଲ୍ ପ୍ଲାଜା ଅତିକ୍ରମ କରିଥିଲା, ସେଠାରେ ସେମାନେ ନଗଦ ଟଙ୍କା କିମ୍ବା ଫାସଟ୍ୟାଗ୍ ବଦଳରେ UPI ମାଧ୍ୟମରେ ଟୋଲ୍ ଦେୟ ପୈଠ କରିଥିଲେ । ଏହି ଗୋଟିଏ ଡିଜିଟାଲ୍ ଟ୍ରାଞ୍ଜାକସନ୍ ପୋଲିସକୁ ହତ୍ୟାକାରୀଙ୍କ ମୋବାଇଲ୍ ନମ୍ବର ଏବଂ ବ୍ୟାଙ୍କ୍ ଡିଟେଲ୍ସ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥିଲା । ରାଜ ସିଂ ବ୍ୟତୀତ ମୟଙ୍କ ମିଶ୍ର ଏବଂ ଭିକି ମୌର୍ଯ୍ୟ ନାମକ ଆଉ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ବକ୍ସରରୁ ଗିରଫ କରିଛି ।

WBP DG reaction about Suvendu Adhikari PA death

Related posts

ଗୁରୁଜୀଙ୍କ ପୁଅ ଗିରଫ

mahabharatanews

ରାଜଧାନୀରୁ ମିଳିଲା ଏକାଧିକ ଖପୁରୀ ସହ ନର କଙ୍କାଳ

mahabharatanews

ଭଦୌରିଆଙ୍କ ପରେ ବିବେକ ରାମ ଚୌଧୁରୀ ହେବେ ବାୟୁସେନା ମୁଖ୍ୟ

mahabharatanews