ଅପରାଧ

 ୮୭ ଲିଟର ଦେଶୀ ମଦ ଜବତ, ୩୬୦୦ କେଜି ମହୁଲ ପୋଚ ନଷ୍ଟ

ସତ୍ୟନାରାୟଣ ପାଳ/ ରାଇରଙ୍ଗପୁର: ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ବେତ ପାଣି ଓ ଛତ୍ରମଣ୍ଡଳରେ ଚଢାଉ କରାଯାଇ ୮୭ ଲିଟର ଦେଶୀ ମଦ ଜବତ ହୋଇଛି ଓ ୩୬୦୦କେଜି ମହୁଲ ପୋଚ ଓ ରନ୍ଧା ସାମଗ୍ରୀ ନଷ୍ଟ କରାଯାଇଛି ।
କରୋନା ମୁକାବିଲା କରିବାରେ ରାଜ୍ୟ ସରକାର ବ୍ୟସ୍ତ । ପୁଲିସ ପ୍ରଶାସନ କରୋନା କଟକଣା ଯାଞ୍ଚରେ ଲାଗି ପଡିଛନ୍ତି । ଏପରି ସମୟରେ ରାଇରଙ୍ଗପୂରରେ ଚାଲିଛି ବେଧଡକ ଦେଶୀ ମଦ ବେପାର । ଜଙ୍ଗଲ ଭିତରେ ମଦ ପ୍ରସ୍ତୁତ ହୋଇ ମୟୂରଭଞ୍ଜ ଜିଲ୍ଲା ତଥା ଜିଲ୍ଲା ବାହାରେ ବିକ୍ରି ଚାଲିଛି । କୌଣସି ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଗୋରୁମହିଷାଣୀ ଥାନା ଅଧୀନ ବେତପାଣି ଏବଂ ଛତ୍ରମଣ୍ଡଳ ଗାଁ ଘଞ୍ଚ ନିଛାଟିଆ ଜଙ୍ଗଲରେ ଚଢାଉ କରିଥିଲା । ଏହି ଚଢାଉରେ ପ୍ରାୟ ୮୭ ଲିଟର ଦେଶୀ ରନ୍ଧାମଦ ଜବତ କରାଯିବା ସହ ୩୬୦୦ କେଜି ମହୁଲ ପୋଚ ଏବଂ ରୋଷେଇ ସାମଗ୍ରୀ ନଷ୍ଟ କରି ଦିଆଯାଇଛି । ଏହି ଚଢାଉରେ ଓଆଇସି ହରିହର ସି,ଏସଆଇ ଶ୍ରୀ ସିଦ୍ଧେଶ୍ୱର ନାଏକ, ସୁମନ୍ତ ମହାନ୍ତ, ତ୍ରିବେଣୀ ମହାନ୍ତ, ବିଦ୍ୟା଼ଂଶୁ ପଣ୍ଡା ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ । ଅବକାରୀ ପକ୍ଷରୁ ଘନଘନ ନ ଚଢ଼ାଉରେ ମଦ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Related posts

ମହାବଳା କ୍ୱାରେଣ୍ଟାଇନ ସେଣ୍ଟରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

mahabharatanews

କବାଟ ଭାଙ୍ଗି ୨ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍

mahabharatanews

ବଢୁଛି ସାଇବର ଠକେଇ ମାମଲା ;ମାସକରେ ୧ କୋଟି ୩୮ଲକ୍ଷ ଟଙ୍କା ଲୁଟ୍

mahabharatanews