ଅପରାଧ

ବ୍ୟବସାୟୀଙ୍କୁ ଅପହରଣ ଓ ନିର୍ଯାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଜା ଗିରଫ

ଭୁବନେଶ୍ୱର/ଆଦର୍ଶ ରାଉତ: ବ୍ୟବସାୟୀଙ୍କୁ ଅପହରଣ ଓ ନିର୍ଯାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ୱେବ ପୋର୍ଟାଲ ଦ୍ୱାରା ବ୍ୟବସାୟୀଙ୍କୁ ଅପହରଣ ମାମଲାରେ ଫେରାର ପୋର୍ଟାଲ ମାଲିକ ରାଜା ଗିରଫ । କୋଲକାତାରୁ ରାଜାକୁ ଗିରଫ କରିଛି ପୁଲିସ । ୱେବ ପୋର୍ଟାଲ ଲାଇଭ କଳିଙ୍ଗ ଦ୍ୱାରା ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ଅପହରଣ କରାଯାଇଥିଲା । ପ୍ରଥମେ ତାଙ୍କୁ ପୋର୍ଟାଲର ଚନ୍ଦ୍ରଶେଖରପୁରସ୍ଥିତ ଅଫିସକୁ ଡକାଯାଇ ଟଙ୍କା ମଗାଯାଇଥିଲା । ଟଙ୍କା ଦେବାକୁ ସେ ମନା କରିବାରୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିଲା । ପରେ ଏନେଇ ଏକ ଅଭିଯୋଗ ଥାନାରେ ହୋଇଥିଲା । ପୂର୍ବରୁ ଅଭିଯୋଗ ଆଧାରରେ ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା । କିନ୍ତୁ ରାଜା ଫେରାର ହୋଇଯାଇଥିଲା ।

 

Related posts

ମୁଣ୍ଡଳୀ ବ୍ୟାରେଜ ଉପରୁ ମହାନଦୀକୁ ଡେଇଁଲେ ଯୁବକ

mahabharatanews

ଅବକାରୀ ବିଭାଗର ଚଢାଉ, ୧୦୦ ଲିଟର ଦେଶୀ ମଦ ଜବତ

mahabharatanews

ଟ୍ରକ ଉପରେ ଚଢିଗଲା ମାଲବାହୀ ଟ୍ରେନ

mahabharatanews