ବିଶ୍ୱ

ଆଉ ନାହାନ୍ତି ଟାଇଟନ୍‌’ରେ ଥିବା ୫ ବ୍ୟକ୍ତି

(ଆମେରିକା) : ଟାଇଟାନିକ୍‌’ର ଅବଶେଷ ଦେଖିବାକୁ ଯାଇଥିବା ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଓସେନ୍‌ ଗେଟ୍‌ ଏକ୍ସପିଡିସନ୍‌’ଦ୍ବାରା ପରିଚାଳିତ କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍‌’ ଆଟ୍‌ଲାଣ୍ଟିକ୍‌ ମହାସାଗର ଭିତରେ ହଠାତ୍‌ ଭିତର ଆଡ଼କୁ ସଙ୍କୁଚିତ ହୋଇ ନଷ୍ଟ ହୋଇଯାଇଛି ଏବଂ ସେଥିରେ ଥିବା ୫ଜଣ ବ୍ୟକ୍ତି ମରିଯାଇଥିବା କଥା ଆମେରିକା ତଟରକ୍ଷୀ ସୂଚନା ଦେଇଛି ।

ସୂଚନାନୁଯାୟୀ, ଆଟ୍‌ଲାଣ୍ଟିକ୍‌ ମହାସାଗରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯାଇଥିବା ପ୍ରକାଣ୍ଡ ଜାହାଜ ‘ଟାଇଟାନିକ୍‌’ର ଅବଶେଷ ଦେଖିବା ପାଇଁ କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍‌’ରେ ଯାଇଥିବା ବ୍ୟକ୍ତିମାନେ ହେଲେ, ଇଂଲଣ୍ଡ୍‌ର ୫୮ ବର୍ଷିୟ ହାମିସ୍‌ ହାର୍ଡିଙ୍ଗ୍‌, ଫ୍ରାନ୍‌ସ୍‌ର ୭୭ ବର୍ଷିୟ ପଲ୍‌-ହେନ୍‌ରି ନାର୍ଜିଓଲେଟ୍‌, ୱାସିଂଟନ୍‌ସ୍ଥିତ ‘ଓସେନ୍‌ଗେଟ୍‌’ ମାଲିକାନାରେ ଥିବା ‘ଇଭ୍‌ରେଟ୍‌’ର ମୁଖ୍ୟ ଏକ୍‌ଜିକ୍ୟୁଟିଭ୍‌ ଅଫିସର୍‌ ୬୧ ବର୍ଷିୟ ଷ୍ଟକ୍‌ଟନ୍‌ ରସ୍‌ ଏବଂ ପାକିସ୍ତାନର ୪୮ ବର୍ଷିୟ ଶାହଜାଦ୍‌ ଦାଉଦ୍‌ ଓ ତାଙ୍କର ୧୯ ବର୍ଷିୟ ପୁଅ ସୁଲେମାନ୍‌ ଦାଉଦ୍‌।

 

Related posts

ଆମେରିକା ରିପୋର୍ଟର ବଡ ଖୁଲାସା ୨୦୨୬ରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ !

mahabharatanews

ବସରେ ଲାଗିଲା ନିଆଁ: ଜଳିଗଲେ ୪୫ ଯାତ୍ରୀ

mahabharatanews

ପାକିସ୍ତାନ ଉପରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍

mahabharatanews