ଭାରତ

ଆସାମ ବନ୍ୟା :ପାଣି ଘେରରେ ପାଞ୍ଚ ଲକ୍ଷ ଲୋକ

(ଆସାମ) :  ଆସାମରେ ଗମ୍ଭାର ହେବାରେ ଲାଗିଛି ବନ୍ୟା ପରିସ୍ଥିତି । ରାଜ୍ୟରେ ବନ୍ୟା ପରିସ୍ଥିତି ଯୋଗୁଁ ୨୨ ଜିଲ୍ଲା ପ୍ରଭାବିତ ହୋଇଛି । ଏପରିକି ବନ୍ୟା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ପାଞ୍ଚ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।

ସୂଚନାନୁଯାୟୀ , ବ୍ରହ୍ମପୁତ୍ର ସମେତ ଅନେକ ନଦୀ ରାଜ୍ୟର ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବନ୍ୟା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣରିପୋର୍ଟ ଅନୁଯାୟୀ ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ୟା ଯୋଗୁଁ ୪ .୯୫  ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ପାଣିପାଗ ବିଭାଗ ଶୁକ୍ରବାର ଦିନ ୟେଲୋ ୱାର୍ଣ୍ଣିଂ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ଏବଂ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଓ ଝଡ ବିଷୟରେ ଅପଡେଟ୍ ରହିବାକୁ ପରାମର୍ଶ ଦେଇଛି । ସାତୋଟି ଜିଲ୍ଲାର 83 ଟି ରିଲିଫ କ୍ୟାମ୍ପରେ ୧୪ ,୦୦୦  ରୁ ଅଧିକ ଲୋକ ରହୁଛନ୍ତି । ୭୯ ଟି ରିଲିଫ୍ ବଣ୍ଟନ କେନ୍ଦ୍ର ମଧ୍ୟ କାର୍ଯ୍ୟକ୍ଷମ ଅଛି ।

Related posts

୧୧୧ ଟଙ୍କା ବଢ଼ିଲା କମର୍ସିଆଲ LPG ସିଲିଣ୍ଡର

mahabharatanews

ବିନ୍ଧ୍ୟଗିରି ଯୁଦ୍ଧପୋତ ଉଦଘାଟନ କଲେ ରାଷ୍ଟ୍ରପତି 

mahabharatanews

ଆସାମ ରାଇଫଲ୍ସ କର୍ଣ୍ଣେଲଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

mahabharatanews