ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ । ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତରାୟଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ । ଏକକାଳୀନ ୯ଟି ସ୍ଥାନରେ ଚାଲିଛି ଛାନଭିନ । ଭୁବନେଶ୍ବର, ପୁରୀ, କଟକ, ଅନୁଗୁଳ ଏବଂ ବଲାଙ୍ଗୀରରେ ଚାଲିଛି ଚଢ଼ାଉ । ଭୁବନେଶ୍ବରର ୩ଟି ଠିକଣାରେ ଚାଲିଛି ରେଡ୍ । ପୁରୀ ଗ୍ରାଣ୍ଡ ରୋଡ୍, ଏବଂ ଭିଆଇପି ରୋଡ୍ ରେ ଥିବା ଫ୍ଲାଟରେ ଚାଲିଛି ରେଡ୍ । ଏହା ସହ କଟକ, ଅନୁଗୁଳ ସ୍ଥିତି ଗୋଟିଏ ଲେଖାଏଁ ଫ୍ଲାଟରେ ଚାଲିଛି ରେଡ୍ । ବଲାଙ୍ଗୀର ସ୍ଥିତ ବାସଭବନ ଏବଂ କାର୍ଯ୍ୟାଳୟରେ ଚଢ଼ାଉ କରୁଛନ୍ତିି ଭିଜିଲାନ୍ସ ବିଭାଗ । ଏସପି, ୮ ଡିଏସପି, ୬ ଇନ୍ସପେକ୍ଟର, ୧୦ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଛାନଭିନରେ ସାମିଲ ଅଛନ୍ତି ।
ଭୁବନେଶ୍ୱରର ନିଲାଦ୍ରିବିହାର ଠାରେ ଥିବା ଶ୍ରୀ ରାଉତର ନାଁରେ ଥିବା ମହଲା କୋଠା । ନୟାପଲ୍ଲୀ ଠାରେ ଥିବା ତାଙ୍କର ଦୁଇ ମହଲା କୋଠା। ପୁରୀର ଭିଆଇପି ରୋଡରେ ଶ୍ରୀ ମାର୍ଗର ଏକ ଫ୍ଲାଟ । ପୁରୀର ଗ୍ରାଣ୍ଡ ରୋଡରେ ତାଙ୍କର ଆଉ ଏକ ଫ୍ଲାଟ । କଟକ, ଗୁରୁଦିଜାଟିଆରେ ଥିବା ତାଙ୍କର ପୈତୃକ ଘର, ଅନୁଗୁଳ କିଶୋରନଗରରେ ତାଙ୍କ ପୁଅର ଘର, ଭୁବନେଶ୍ୱରର ନୟାପଲ୍ଲୀରେ ତାଙ୍କ ସମ୍ପର୍କୀୟଙ୍କ ଘର, ବଲାଙ୍ଗୀରରେ ଥିବା ଘର ଏବଂ କାର୍ଯ୍ୟାଳୟରେ ଚାଲିଛି ଚଢ଼ାଉ ।